ଜାତୀୟ ଉଷୁ: ଓଡ଼ିଶାକୁ ୩ ପଦକ

ଭୁବନେଶ୍ବର: ସିଲଂରେ ଆୟୋଜିତ ୨୭ତମ ଜାତୀୟ ଉଷୁ ପ୍ରତିଯୋଗିତରେ ଓଡ଼ିଶାକୁ ଗୋଟିଏ ରୌପ୍ୟ ଓ ୨ କାଂସ୍ୟ ସହ ୩ ପଦକ ମିଳିଛି। ଚାଙ୍ଗ୍‌କ୍ବାନ୍‌ ବର୍ଗରେ ଦିବ୍ୟମୋହନ ପ୍ରଧାନ ରୌପ୍ୟ ଜିତିଥିଲା ବେଳେ ଗୁନ୍‌ସୁରେ ଓମ୍ ଶ୍ରୀବାସ୍ତବ ମିଶ୍ର ଏବଂ ତାଇଜିକ୍ବାନ୍‌ ମହିଳା ବର୍ଗରେ ଅଙ୍କିତା ପ୍ରିୟଦର୍ଶିନୀ କାଂସ୍ୟ ପଦକ ଜିତିଥି‌େଲ। ଚଳିତ ମାସ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୨୯ (୨୦ ପୁରୁଷ, ୯ ମହିଳା) ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଦଳ ସହ ଅନୁରଧା ଦୋରା, ନଟବର ‌େସଠୀ, ପୃଥ୍ବୀରାଜ ହରିଚନ୍ଦନ (ପ୍ରଶିକ୍ଷକ) ଏବଂ ସୁଧାଂଶୁ ପଣ୍ଡା ଓ ପ୍ରଦ୍ୟୁମ୍ନ ବେହେରା (ପ୍ରବନ୍ଧକ) ଏହି ଗସ୍ତ କରିଥିଲେ। ଏହି ସଫଳତା ଲାଗି ଖେଳାଳିମାନଙ୍କୁ ଓଡ଼ିଶା ଉଷୁ ସଂଘର ସଭାପତି ସୁଧଂଶୁ ଶେଖର ହରିଚନ୍ଦନ ଏବଂ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର