ଜାତୀୟ ମିନି ଭଲିବଲ୍‌: ଓଡ଼ିଶା ୩-୦ରେ ବିଜୟୀ

ଭୁବନେଶ୍ବର: ମହାରାଷ୍ଟ୍ରର ଚାଇରାନ୍ୟପୁରସ୍ତିତ ଆତ୍ମାମଲ୍ଲିକ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ଠାରେ ଚାଲିଥିବା ଜାତୀୟ ମିନି ଭଲିବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ବାଳିକା ଦଳ ୩-୦ (୨୫-୧୦, ୨୫-୧୨ ଓ ୨୫-୧୫) ସେଟ୍‌ରେ ଚଣ୍ଡୀଗଡ଼କୁ ପରାସ୍ତ କରିଦେଇଛି। ଦଳର ଏହି ସଫଳତା ପାଇଁ ଓଡ଼ିଶା ଭଲିବଲ୍‌ ସଂଘର ସାଧାରଣ ସଂପାଦକ ଡ. ଗଗନେନ୍ଦୁ ଦାଶ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥି ସହିତ ପରବର୍ତୀ ମ୍ୟାଚ୍‌ଗୁଡ଼ିକ ପାଇଁ ଦଳକୁ ଶୁଭ କାମନା ଜଣାଇଛନ୍ତି।

ବାଳିକା ଦଳ: ସନ୍ତୋଷୀ ଝୋଡ଼ିଆ, ରଶ୍ମିତା ସିଂହ, ଗଙ୍ଗା ନାଏକ, ଅନିତା ମାଝୀ, ପିଙ୍କି ନାଏକ, ସଞ୍ଜୁକ୍ତା ହେମ୍ବ୍ରମ, ଲାସ୍ୟମୟୀ ମୋହନ୍ତ, ଆଲିସା ଲିମା, ସ୍ଥିତପ୍ରଜ୍ଞା ଜେନା, ସୋନାଲି ଦାସ, ସୁଚିସ୍ମିତା ଦିଣ୍ଡା, ରିତା ଭୁଏ।

ସମ୍ବନ୍ଧିତ ଖବର