ସେମିଫାଇନାଲ୍‌ରେ ଟାଉନ୍‌ କ୍ଲବ୍‌

ସର୍ବଭାରତୀୟ ବିଜୟ ସ୍ମାରକୀ କ୍ରିକେଟ୍‌

ଭୁବନେଶ୍ୱର: ବୀରମହାରାଜପୁର ବ୍ଲକ୍‌ ଖଣ୍ଡହତାଠାରେ ପଞ୍ଚଖଣ୍ଡା କ୍ରିକେଟ୍‌ କ୍ଲବ୍‌ ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ବିଜୟ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପୁରୁଣା ଭୁବନେଶ୍ୱରର ଟାଉନ୍‌ କ୍ଲବ୍‌ ପ୍ରବେଶ କରିଛି। ରବିବାର ଟାଉନ୍‌ କ୍ଲବ୍‌ ପ୍ରଥମେ ଟେ୍ଵଣ୍ଟି-୨୦ ମ୍ୟାଚ୍‌ରେ ୧୨୪ ଏବଂ ପରେ ଟେନ୍‌-୧୦ ମ୍ୟାଚ୍‌ରେ ୨୭ ରନ୍‌ରେ ଛତିଶଗଡ଼ର ଚମ୍ପା ଦଳକୁ ପରାସ୍ତ କରିଛି। ଟେ୍ଵଣ୍ଟି-୨୦ ମ୍ୟାଚ୍‌ରେ ବିଶାଳ କର (୬୦ ବଲ୍‌ରୁ ଅପରାଜିତ ୯୭ ରନ୍‌, ୮ ଛକା, ୬ ଚୌକା)ଙ୍କ ବିସ୍ଫୋରକ ଅର୍ଧଶତକ ସାଙ୍ଗକୁ ମାନସ ଦାସଙ୍କ ଅପରାଜିତ ୫୨ ରନ୍‌ ବଳରେ ଟାଉନ୍‌ କ୍ଲବ୍‌ ୨ ଓ୍ଵିକେଟ୍‌ ବିନିମୟରେ ୧୭୮ ରନ୍‌ କରିଥିଲା। ଜବାବରେ ଛତିଶଗଡ଼ ଦଳ ୧୬.୧ ଓଭରରେ ୫୪ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ବିଜୟୀ ଦଳ ପକ୍ଷରୁ ମାନସ ଦାସ ୩ ଓ ସୁମନ ମହାରଣା ୨ ଓ୍ଵିକେଟ୍‌ ଦଖଲ କରିଥିଲେ। ପରେ ଟେନ୍‌-୧୦ ମ୍ୟାଚ୍‌ରେ ଟାଉନ୍‌ କ୍ଲବ୍‌ ୫ ଓ୍ଵିକେଟ୍‌ ବିନିମୟରେ ୧୦୦ ରନ୍‌ କରିଥିଲା। ମାନସ ଦାସ ଅପରାଜିତ ୩୫, ବିଶାଳ କର ୨୦, ଶୁଭାଶିଷ ଖଣ୍ଡାୟତରାୟ ୮ ବଲ୍‌ରୁ ଦ୍ରୁତ ୨୦ ରନ୍‌ କରିଥିଲେ। ଜବାବରେ ଛତିଶଗଡ଼ ଦଳ ୮.୪ ଓଭରରେ ୭୩ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ବିଜୟୀ ଦଳ ପକ୍ଷରୁ ମାନସ ଦାସ, ଦୀପକ୍‌ ମାଝୀ ୩ ଲେଖାଏଁ ଏବଂ ବିଶାଳ କର ୨ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ମାନସ ଦାସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର