ଜାତୀୟ ମହିଳା ଫୁଟ୍‌ବଲ: ଓଡ଼ିଶାର ଦ୍ବିତୀୟ ବିଜୟ

କଟକ: ଅରୁଣାଚଳ ପ୍ରଦେଶର ପସିଘାଟ ଷ୍ଟାଡିୟମରେ ଚାଲିଥିବା ଜାତୀୟ ବରିଷ୍ଠ ମହିଳା ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶା ଦ୍ବିତୀୟ ମ୍ୟାଚ୍‌ରେ ବିଜୟୀ ହୋଇଛି। ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ଓଡ଼ିଶା ୪-୦ ଗୋଲରେ ଚଣ୍ତୀଗଡ଼କୁ ହରାଇଛି। ବିଜୟୀ ଦଳ ପାଇଁ ଶୁଭଦ୍ରା ସାହୁ (୧୪ ଓ ୭୪ ମିନିଟ୍‌) ଏବ˚ ରୁନି ନାୟକ (୬୨ ଓ ୬୬ ମିନିଟ୍‌) ଦୁଇଟି ଲେଖାଏଁ ଗୋଲ୍‌ ଦେଇ ଓଡ଼ିଶାକୁ ଜିତାଇଥିଲେ। ଏଥିପୂର୍ବରୁ ୧୧ ତାରିଖରେ ଓଡ଼ିଶା ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ପଣ୍ତିଚେରୀକୁ ୪-୦ ଗୋଲ୍‌ରେ ହରାଇଥିଲା। ଓଡ଼ିଶା ତା’ର ତୃତୀୟ ମ୍ୟାଚ୍‌ ଆସନ୍ତା ୧୭ ତାରିଖରେ କେରଳ ବିପକ୍ଷରେ ଖେଳିବ।

ସମ୍ବନ୍ଧିତ ଖବର