ଜାତୀୟ ମିହଳା ଫୁଟ୍‌ବଲ୍‌: ସେମିରେ ପଶ୍ଚିମବଙ୍ଗ, ମଣିପୁର

କଟକ: ପଶ୍ଚିମବଙ୍ଗ ଓ ମଣିପୁର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଜାତୀୟ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେମି ଫାଇନାଲ୍‌ରେ ଭାରତୀୟ ରେଳବାଇ ସହିତ ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁ ସହିତ ମଣିପୁରର ମୁକାବିଲା ହେବ। ଉଭୟ ସେମିଫାଇନାଲ୍‌ ୧୨ ତାରିଖରେ ଖେଳାଯିବ। ଶନିବାର କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ପଶ୍ଚିମବଙ୍ଗ ୨-୦ ଗୋଲ୍‌ରେ ପଞ୍ଜାବକୁ ହରାଇଛି। ସଙ୍ଗୀତା ବାସ୍‌ଫୋର୍‌ ୬ ମିନିଟ୍‌ ଓ ଦୁଲାର ମାରାଣ୍ଡୀ ୭୭ ମିନିଟ୍‌ରେ ଗୋଲ୍‌ ଦେଇଥିଲେ। ସଙ୍ଗୀତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଅନ୍ୟ ମ୍ୟାଚ୍‌ରେ ମଣିପୁର ୩-୦ ଗୋଲ୍‌ରେ ହରିୟାଣାକୁ ହରାଇଛି। ବିଜୟୀ ଦଳର ବାଲା ଦେବୀ ୧୮ ଓ ୨୨ ମିନିଟ୍‌ରେ ଦୁଇଟି ଏବଂ ବିନୋମାଳା ଚାନୁ ୮୦ ମିନିଟ୍‌ରେ ଗୋଟିଏ ଗୋଲ୍‌ ଦେଇଥିଲେ। ବାଲା ଦେବୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର