ଜାତୀୟ ବାଳିକା ହକି ପାଇଁ ଓଡ଼ିଶା ଦଳ

କଟକ: ଆସନ୍ତା ୨୭ ତାରିଖରୁ ହରିୟାଣାର ହିସାରଠାରେ ନବମ ଜାତୀୟ ଉପ କନିଷ୍ଠ ବାଳିକା ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ମମତା କିଣ୍ତୋଙ୍କ ନେତୃତ୍ବରେ ୧୫ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ମେ’ ୧୨ ତାରିଖଠୁ ରାଉରକେଲାରେ ଚାଲିଥିବା ଶିବିରରୁ ଖେଳାଳି ଚୟନ କରାଯାଇଛି। ଶୁକ୍ରବାର ଓଡ଼ିଶା ଦଳ ହରିୟାଣା ଗସ୍ତ କରିଛି। ପ୍ରତିଯୋଗିତାରେ ଓଡ଼ିଶା ପୁଲ୍‌ ‘ଏ’ରେ ହରିୟାଣା, ପଞ୍ଜାବ, କର୍ଣ୍ଣାଟକ ଓ ବିହାର ସହିତ ସ୍ଥାନ ପାଇଛି। ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ ୨୭ ତାରିଖରେ ହରିୟାଣା ସହ ଖେଳିବ। ଏହାପରେ ୨୯ ତାରିଖରେ କର୍ଣ୍ଣାଟକ, ୩୧ରେ ବିହାର, ଜୁନ୍‌ ୨ରେ ପଞ୍ଜାବ ସହିତ ଓଡ଼ିଶା ମ୍ୟାଚ୍‌ ଖେଳିବ। ଜୁନ୍‌ ୭ରେ ପ୍ରତିଯୋଗିତା ଉଦ୍‌ଯାପିତ ହେବ।

ଓଡ଼ିଶା ଦଳ: ନାମ୍‌ସି ଜାରିକା, ମମତା କିଣ୍ତୋ, ମାରି କାଣ୍ତୁଲାନା, ଜେଲିନ୍‌ ସୋରେଙ୍ଗ, ଦୀପିମୋନିକା ଟପ୍ପୋ, ରଶ୍ମୀ କିଶାନ, ଲକ୍ଷ୍ମୀ ଚିକ୍‌, ସୁମନ ହେମ୍ବ୍ରମ୍‌, ଅସ୍ମିତା ରାଉତ, ପ୍ରିୟା ଟପ୍ପୋ, ଜନନୀ ସୋରୋନିଆ, ପିଙ୍କି ବିଲୋର, ପ୍ରତିଭା କିଣ୍ତୋ, ମାରିଆମ୍‌ ଧନଵାର, ସୁମି ମୁଣ୍ତାରୀ, ପ୍ରିୟା କୁଜୁର, ସୁପ୍ରିୟା କୁଜୁର, ସନ୍ଧ୍ୟା କୁଜୁର।

ସମ୍ବନ୍ଧିତ ଖବର