ଜାତୀୟ ମହିଳା ହକି: ଓଡ଼ିଶାର ପ୍ରଥମ ବିଜୟ

କଟକ: ହରିୟାଣାରେ ଚାଲିଥିବା ଜାତୀୟ ମହିଳା ହକିରେ ଓଡ଼ିଶା ପ୍ରଥମ ବିଜୟ ପାଇଛି। ସୋମବାର ପୁଲ୍‌ ଏ’ରେ ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ୫-୨ ଗୋଲ୍‌ରେ ରାଜସ୍ଥାନକୁ ହରାଇଛି। ବିଜୟୀ ଦଳ ପାଇଁ ସଙ୍ଗୀତା ରୋଜ କୁଲୁ ୬ ମିନିଟ୍‌ରେ ପ୍ରଥମ ଗୋଲ ଦେଇଥିଲା ବେଳେ ୧୫ ମିନିଟ୍‌ରେ ରାଜସ୍ଥାନର ରାଜୁ ରନଵା ଗୋଲ୍‌ ପରିଶୋଧ କରିଥିଲେ। ୧୦ ମିନିଟ୍‌ ପରେ ଆସୀମ ବାର୍ଲା ଓଡ଼ିଶା ପାଇଁ ଦ୍ବିତୀୟ ଗୋଲ୍‌ ଦେଇଥିଲେ। କିନ୍ତୁ ୪୦ ତମ ମିନିଟ୍‌ରେ ରାଜୁଙ୍କ ଦ୍ବିତୀୟ ଗୋଲ୍‌ରେ ପୁଣି ସ୍ଥିତି ସମାନସ୍ତରକୁ ଆଶି ଯାଇଥିଲା। ହେଲେ ଏହା ପରଠୁ ଓଡ଼ିଶା ଆଉ ସୁଯୋଗ ନଦେଇ ତରସିଲା ବେକ୍‌ ଲଗାତର ତିନିଟି ଗୋଲ୍‌ (୪୩, ୪୯, ୬୦ ମିନିଟ୍‌) ଦେଇ ଦଳକୁ ଅଗ୍ରଣୀ ରଖିବା ସହ ବିଜୟର ମୁଖ୍ୟ କର୍ଣ୍ଣଧାର ସାଜିଥିଲେ। ଅନ୍ୟପକ୍ଷରେ ପୁଲ୍‌ ବି’ରେ ଗାଙ୍ଗପୁର ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ୨-୨ ଗୋଲରେ ଅମୀମା˚ସିତ ରହିଛି। ଗାଙ୍ଗପୁର ପାଇଁ ପ୍ରେମାଞ୍ଜଳି ଟପ୍ପୋ ୩୯ ଓ ୫୬ ମିନିଟ୍‌ରେ ଦୁଇଟି ଗୋଲ୍‌ ଦେଇଥିଲା ବେଳେ ଛତିଶଗଡ଼ର ରୁପାଲି କାଶ୍ୟପ ୩୬ ଓ ଶଶି ଲାକ୍ରା ୪୪ ମିନିଟ୍‌ରେ ଗୋଲ୍‌ ସ୍କୋର କରିଥିଲେ।

ସମ୍ବନ୍ଧିତ ଖବର