ଜାତୀୟ ମହିଳା ମୁଷ୍ଟିଯୁଦ୍ଧ ସେମିଫାଇନାଲ ଆଜି

ବ୍ରହ୍ମପୁର: ବକ୍ସିଂ ଓଡ଼ିଶା ପକ୍ଷରୁ ଆୟୋଜିତ ସପ୍ତଦଶ ଜାତୀୟ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ମଙ୍ଗଳବାର ଶେଷ ହୋଇଛି। ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖି ଓଡ଼ିଶା ଖେଳାଳିମାନେ ପ୍ରତିଯୋଗିତାରୁ ବାହାର ହୋଇଯାଇଛନ୍ତି।
୪୫-୪୮ କେଜି ବର୍ଗରେ ଆଣ୍ଡାମାନ୍‌ର ରିତୁ, ତାମିଲନାଡ଼ୁର କେ ନିବେଥା, ଝାଡ଼ଖଣ୍ଡର ପ୍ରୀତି କୁମାରୀ ଓ ଛତିଶଗଡ଼ର ରବିନା ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେହିପରି ୫୧ କେଜି ବର୍ଗରେ ଆସାମର ପଦ୍ମା ଛେତ୍ରୀ, ଆଣ୍ଡାମାନ୍‌ର ଅନିତା କୁମାରୀ, ହରିଆନାର ପ୍ରୀତି, ୫୪ କେଜି ବର୍ଗରେ କେରଳର କିର୍ତ୍ତି, ପଞ୍ଜାବର ରିୟା, ଛତିଶଗଡ଼ର ଭାରତୀ ପୋସଓ୍ଵାଲ, ଝାଡ଼ଖଣ୍ଡର ସୁନିତା, ୫୭ କେଜି ବର୍ଗରେ ହରିଆନାର ମନୀଷା, କେରଳର ନିର୍ମଳା, ନାଗାଲାଣ୍ଡର ମଂଜିତା, ପଞ୍ଜାବର ହରମନ୍‌ଦୀପ, ୬୦ କେଜି ବର୍ଗରେ ଗୁଜୁରାଟର କାମି ଆରତୀ, ଆସାମ୍‌ର ସୁମଲା ଡୋଲି, ଆଣ୍ଡାମାନ୍‌ର ସନ୍ଧ୍ୟା, ହରିଆନାର ସିଓ୍ଵି, ୬୪ କେଜି ବର୍ଗରେ ନାଗାଲାଣ୍ଡର ଅନୁ, ହରିଆନାର ଅନୁ, କର୍ଣ୍ଣାଟକର ମାଲାଥି ଶ୍ରୀ, ଆଣ୍ଡାମାନ୍‌ର ଦୀକ୍ଷା, ୬୯ କେଜି ବର୍ଗରେ କର୍ଣ୍ଣାଟକର ଅଂଜୁ ବାଲା, ନାଗାଲାଣ୍ଡର ରିତୁ କୁମାରୀ, ବିହାରର ଜେ ଫତିମା, ହରିଆନାର ପୂଜା, ୭୫ କେଜି ବର୍ଗରେ ଚଣ୍ଡିଗଡ଼ର ମମତା, ହରିଆନାର ସୋନିଆ ଦେବୀ, ୮୧ କେଜି ବର୍ଗରେ ହରିୟାନାର ସୁନୈନା, ରାଜସ୍ଥାନର ଫାଲଗୁନି, ୮୧ କେଜିରୁ ଅଧିକ ବର୍ଗରେ ହରିଆନାର ପ୍ରୀତି, ଗୁଜୁରାଟର ଶିବାନୀ ଉପାଧ୍ୟାୟ, ପଞ୍ଜାବର ସିମରନ୍‌ପ୍ରୀତ୍‌ କୌର ଓ ନାଗାଲାଣ୍ଡର ପୂଜା କ୍ୱାର୍ଟର ଫାଇନାଲରେ ନିଜି ନଜି ମ୍ୟାଚ୍‌ ଜିତି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ବୁଧବାର ସେମିଫାଇନାଲ ଓ ଗୁରୁବାର ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର