ଯଦୁପୁର କପ୍‌ ଫାଇନାଲ୍‌ରେ ନୟାପଲ୍ଲୀ

ଭୁବନେଶ୍ୱର: ଯଦୁପୁର ଷ୍ଟାର୍ସ ଏବଂ ମିର୍‌ ମହଲର ମିଳିତ ଉଦ୍ୟମରେ ଆୟୋଜିତ ଦ୍ୱିତୀୟ ଯଦୁପୁର କପ୍‌ ଆଇ କାର୍ଡ ରେଡ୍‌ ଟେନିସ୍‌ ବଲ୍‌ କ୍ରିକେଟ୍‌ର ଫାଇନାଲ୍‌ରେ ନୟାପଲ୍ଲୀର ଆଇଆର୍‌ସି ଭିଲେଜ୍‌ ପ୍ରବେଶ କରିଛି। ଗୁରୁବାର ପ୍ରଥମ ସେମିଫାଇନାଲ୍‌ରେ ନୟାପଲ୍ଲୀ ୫ ରନ୍‌ରେ ଗୋଡ଼ାର ଲୋକନାଥ କ୍ରିକେଟ୍‌ କ୍ଲବ୍‌କୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ନୟାପଲ୍ଲୀ ୧୪.୧ ଓଭରରେ ୧୪୧/୧୦ କରିଥିଲା। ଜବାବରେ ଗୋଡ଼ା ଦଳ ୪ ଓ୍ଵକେଟ୍‌ରେ ୧୩୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ଜିତୁ ରାଉତ (୧୬ ରନ୍‌, ୧ ଓ୍ଵିକେଟ୍‌)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ରଶ୍ମି ମହାପାତ୍ର ପ୍ରଦାନ କରିଥିଲେ। ମ୍ୟାଚ୍‌କୁ ଟିଜେ ଏବଂ ଅର୍ମାନ୍‌ ଅଲ୍ଲୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର