ଯେଉଁ ପିଲାଙ୍କୁ ଦିନେ ପୁରସ୍କାର ଦେଇଥିଲେ, ତାଙ୍କର ଅଧିନାୟକତ୍ୱରେ ଅବସର ନେବେ ନେହେରା

ନୂଆଦିଲ୍ଲୀ: ନେହେରା କୋଟଲା ଷ୍ଟାଡିୟମରେ ଅତୀତରେ ଜଣେ ଭଲ ଖେଳାଳିଙ୍କୁ ପୁରସ୍କାର ଦେଇଥିଲେ, ଏବେ କିନ୍ତୁ ସେହି ଖେଳାଳିଙ୍କ ଅଧିନାୟକତ୍ୱରେ କ୍ରିକେଟକୁ ଅଲବିଦା(ବିଦାୟ) କହିବେ। ବିଗତ ଦିନର ସେହି ପିଲା ଆଉ କେହି ନୁହେଁ, ସେ ହେଉଛନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି। ବିରାଟ ଓ ନେହେରା ଦିଲ୍ଲୀରୁ ଖେଳି ଭାରତୀୟ କ୍ରିକେଟ ଟିମ୍‌ରେ ଯୋଗ ଦେଇଛନ୍ତି। ବିରାଟ କ୍ରିକେଟ ଖେଳିବାର ପ୍ରାରମ୍ଭିକ ସମୟରେ ଏକଦା ଗୋଟିଏ ମ୍ୟାଚରେ ଭଲ ପ୍ରଦର୍ଶନ କରି ଆଶିଷ ନେହେରାଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ନେହେରା ନଭେମ୍ବର ୧ରେ ଅବସର ନେବା ପଛରେ ମୁଖ୍ୟ କାରଣ ହେଲା ଯେ, ସେହିଦିନ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବ।

ଭାରତୀୟ ଦ୍ରୁତଗାମୀ ବୋଲର ଆଶିଷ ନେହେରା ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେବେ। ନୂଆଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଆଗାମୀ ନଭେମ୍ବର ୧ରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ନେହେରା ସନ୍ୟାସ ନେବେ।

ନେହେରା ଯେତେବେଳେ ବାଉଣ୍ଡ୍ରି ନିକଟରୁ ବୋଲିଂ କରିବାକୁ ଦୌଡନ୍ତି, ବ୍ୟାଟ୍ସମ୍ୟାନ କେମିତି ସମ୍ମୁଖୀନ ହେବେ ପ୍ରଥମେ ଚିନ୍ତାରେ ପଡ଼ି ଯାଆନ୍ତି। ଦକ୍ଷିଣ ଆଫ୍ରିକାର ଅନୁଷ୍ଠିତ ବିଶ୍ୱ କପ୍‌ ୨୦୦୩ର ଏକ ଗୁରୁତ୍ୱ ମ୍ୟାଚରେ ଡର୍ବାନରେ ଇଂଲଣ୍ଡ ବିପକ୍ଷରେ ୨୩ ରନ୍‌ ଦେଇ ୬ଟି ଓ୍ଵିକେଟ ହାସଲ କରିଥିଲେ। ଏହା ଥିଲା ନେହେରାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ।

ଭାରତୀୟ ଦ୍ରୁତଗାମୀ ବୋଲର ଆଶିଷ ନେହେରା ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ନୂଆଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଆଗାମୀ ନଭେମ୍ବର ୧ରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବେ ନେହେରା।

ପୂର୍ବରୁ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୩୮ ବର୍ଷିଅ ନେହେରା ତାଙ୍କର ନିଷ୍ପତ୍ତି ବାବଦରେ ମୁଖ୍ୟ କୋଚ ରବି ଶାସ୍ତ୍ରୀ ଓ ବିରାଟ କୋହଲିଙ୍କ ସହିତ ଆଲୋଚନା କରିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ନେହେରା ଖେଳିବେ ନାହିଁ। ୧୯୯୯ରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମୋହମ୍ମଦ ଆଝାରୁଦ୍ଦିନଙ୍କ ସହିତ ଖେଳିଥିବା ନେହେରା ଏପର୍ଯ୍ୟନ୍ତ ୧୭ଟି ଟେଷ୍ଟ, ୧୨୦ଟି ଦିନିକିଆ ଓ ୨୬ଟି ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି। ସେହିଭଳି ସେ ଟେଷ୍ଟ ମ୍ୟାଚରେ ୪୪ଟି, ଦିନିକିଆରେ ୧୫୭ଟି ଓ ଟି-୨୦ରେ ୩୪ଟି ଓ୍ଵିକେଟ ନେଇଛନ୍ତି।

ରବି ଶାସ୍ତ୍ରୀ ଓ ବିରାଟ କୋହଲିଙ୍କୁ କହିଛନ୍ତି ନଭେମ୍ବର ୧ରେ ଖେଳାଯିବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ପରେ ସେ ଆଉ ଅନ୍ତର୍ଜାତୀୟ ମ୍ୟାଚ ଖେଲିବେ ନାହିଁ। ପୂର୍ବରୁ ସେ ଶ୍ରୀଲଙ୍କା ସହିତ ଘରୋଇ ପଡ଼ିଆରେ ଖେଳିବାକୁ ଚାହୁଁଥିଲେ। କିନ୍ତୁ ବର୍ତମାନ ନେହେରା ଅନ୍ତର୍ଜାତୀୟ ମ୍ୟାଚରୁ ବିଦାୟ ନେବା ଠିକ୍‌ ସମୟ ବୋଲି ମନେ କରିଛନ୍ତି। ଭୁବନେଶ୍ୱର କୁମାର ଓ ଯଶପ୍ରିତ ବୁମରା ଭଲ ପ୍ରଦର୍ଶନ କରୁଛନ୍ତି। ସେମାନେ ଆଗକୁ ମଧ୍ୟ ଏହା ଜାରି ରଖନ୍ତୁ ବୋଲି ସେ କହିଛନ୍ତି। ଟି-୨୦ ମ୍ୟାଚରେ ଭୁବି ତାଙ୍କର ପ୍ରଦର୍ଶନରେ ଉନ୍ନତି ଆଣିଛନ୍ତି।

ଆଶିଷ ନେହେରାଙ୍କ ଶ୍ରେଷ୍ଠ ପ୍ରଦର୍ଶନ

  1. ୨୦୦୩ ବିଶ୍ୱକପରେ ଡର୍ବାନରେ ଇଂଲଣ୍ଡ ବିପକ୍ଷରେ ୨୩ ରନ୍‌ ଦେଇ ୬ଟି ଓ୍ଵିକେଟ ହାସଲ।
  2. ୨୦୧୧ ବିଶ୍ୱ କପ୍‌ର ଅନ୍ୟତମ ସଦସ୍ୟ। ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ଉନ୍ନତ ପ୍ରଦର୍ଶନ।
  3. ଆଇପିଏଲର କିଛି ଫ୍ରାଞ୍ଚାଇଜ ନେହେରାକୁ ବୋଲିଂ କୋଚ ଭାବରେ ନିଯୁକ୍ତ କରିବାକୁ ଚାହାନ୍ତି।
ସମ୍ବନ୍ଧିତ ଖବର