ସାଫ୍‌ ୧୮ ବର୍ଷରୁ କମ୍‌ ପ୍ରତିଯୋଗିତା:ଭାରତକୁ ହରାଇ ନେପାଳ ବିଜେତା

ନୂଆଦିଲ୍ଲୀ: ଭାରତକୁ ହରାଇ ନେପାଳ ୧୮ ବର୍ଷରୁ କମ୍‌ ସାଫ୍‌ ପ୍ରତିଯୋଗିତାର ବିଜେତା ହୋଇଛି। ୫ ଦେଶୀୟ ଏହି ପ୍ରତିଯୋଗିତାରେ ଭାରତ, ନେପାଳ, ବାଂଲାଦେଶ ଏବଂ ଭୁଟାନ ଶେଷ ମ୍ୟାଚ୍‌ ପୂର୍ବରୁ ୬ ପଏଣ୍ଟ୍‌ ଲେଖାଏଁ ହାସଲ କରି ପଏଣ୍ଟ୍‌ ତାଲିକାରେ ସମାନ ସ୍ଥିତିରେ ଥିଲେ। ବୁଧବାର ଅନୁଷ୍ଠିତ ଶେଷ ଦୁଇ ଲିଗ୍‌ ମ୍ୟାଚ୍‌ରେ ବାଂଲାଦେଶ ୨-୦ରେ ଭୁଟାନକୁ ଏବଂ ନେପାଳ ୨-୦ରେ ଭାରତକୁ ପରାସ୍ତ କରି ନିଜ ନିଜ ପଏଣ୍ଟ୍‌ ସଂଖ୍ୟା ୯ରେ ପହଞ୍ଚାଇ ତାଲିକାର ଶୀର୍ଷରେ ରହିଥିଲେ। କିନ୍ତୁ ଗୋଲ୍‌ ବ୍ୟବଧାନରେ ବାଂଲାଦେଶକୁ ପଛରେ ପକାଇ ନେପାଳ ଲଗାତାର ଦ୍ୱିତୀୟ ଥର ବେଜେତା ହେବାର ଗୌରବ ଅର୍ଜନ କରିଥିଲା। ଗତ ଉପବିଜେତା ଭାରତ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲା।

ସମ୍ବନ୍ଧିତ ଖବର