ନବଜାତକର ନାଁ ‘ଏସିଆନ୍‌ ଗେମ୍ସ’

ଏସୀୟ କ୍ରୀଡ଼ାର ଇଣ୍ଡୋନେସିଆ ଆଗମନକୁ ସ୍ମରଣୀୟ କରିବା ଲାଗି ସେଠାକାର ଏକ ଦମ୍ପତ୍ତି ନିଜ କନ୍ୟା ସନ୍ତାନର ନାଁ ‘ଏସିଆନ୍‌ ଗେମ୍ସ’ ରଖିଛନ୍ତି। ପିଲାଟିର ପୂରା ନାଁ ଆବିଦା ଏସିଆନ୍‌ ଗେମ୍ସ ରଖା ଯାଇଥିବା ଜଣା ପଡ଼ିଛି। ଆବିଦା ଚଳିତ ଏସୀୟ କ୍ରୀଡ଼ାର ସହ ଆୟୋଜକ ସହର ପାଲେମବାଙ୍ଗରେ ଗତ ଶନିବାର ଜନ୍ମ ଗ୍ରହଣ କରିଥିଲା। ଯାହା ନିର୍ଧାରିତ ସମୟଠାରୁ ପ୍ରାୟ ୩୦ ଦିନ ଆଗରୁ ଥିଲା। ପାଲେମବାଙ୍ଗ ପ୍ରଥମ ଥର ଲାଗି ଏସୀୟ କ୍ରୀଡ଼ା ଆୟୋଜନ କରୁଥିବାରୁ ଏହା ଏକ ଐତିହାସିକ ଘଟଣା। ସେଥିପାଇଁ ମୁଁ ମୋ ଝିଅର ନାଁ ଏସିଆନ୍‌ ଗେମ୍ସ ରଖିଛି ବୋଲି ଛୁଆଟିର ପିତା ଯୋର୍ଦାନିଆ ଡେନି କହିଛନ୍ତି। ଡେନିଙ୍କର ଏହି ନିଷ୍ପତ୍ତିରେ ତାଙ୍କ ପତ୍ନୀ ମଧ୍ୟ ବେଶ୍‌ ଖୁସି ଅଛନ୍ତି। ଉଭୟ ପତି-ପତ୍ନୀ କ୍ରୀଡ଼ାପ୍ରେମୀ ହୋଇଥିବାରୁ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ କ୍ରୀଡ଼ା ମହୋତ୍ସବ ‘ଏସିଆନ୍‌ ଗେମ୍ସ’ର ନାଁରେ ନିଜ ଝିଅର ନାଁ ରଖିଥିବା ପାଖ ପଡ଼ୋଶୀ କହିଛନ୍ତି। ଆବିଦା ଏସିଆନ୍‌ ଗେମ୍ସ ଡେନିଙ୍କ ତୃତୀୟ ସନ୍ତାନ।

ସମ୍ବନ୍ଧିତ ଖବର