ଭାରତର ଶୋଚନୀୟ ପରାଜୟ, ୱେଲିଂଟନ୍ ଟେଷ୍ଟରେ ନ୍ୟୁଜିଲାଣ୍ଡ ୧୦ ୱିକେଟରେ ବିଜୟୀ
୨ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ
ନୂଆଦିଲ୍ଲୀ: ୱେଲିଂଟନ୍ ଟେଷ୍ଟରେ ଭାରତକୁ ୧୦ ୱିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ୨ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ବିଜୟ ସହ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ ହୋଇଛି । ଏହି ମ୍ୟାଚରେ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଭାରତ ଦ୍ବିତୀୟ ପାଳିରେ ୧୯୧ ରନ୍ରେ ଅଲ୍ଆଉଟ ହୋଇ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ୯ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା, ଯାହା ଫଳରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ଅତି ସହଜରେ ୧୦ ୱିକେଟରେ ଜିତି ନେଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp