ଭାରତ ବିପକ୍ଷ ଶୃଙ୍ଖଳା ପାଇଁ ନ୍ୟୁଜିଲାଣ୍ଡ୍‌ ଦଳ

ଅକ୍‌ଲାଣ୍ଡ୍‌: ଚଳିତ ମାସ ୨୩ ତାରିଖରୁ ସୀମିତ ଓଭର ଶୃଙ୍ଖଳା ଖେଳିବା ପାଇଁ ଭାରତ ଆସୁଥିବା ନ୍ୟୁଜିଲାଣ୍ଡ୍‌ ପ୍ରଥମ ତିନି ଦିନିକିଆ ପାଇଁ ଦଳ ଘୋଷଣା କରିଛି। ବାମହାତୀ ସ୍ପିନ୍‌ ବୋଲିଂ ଅଲ୍‌ରାଉଣ୍ଡର ମିଚେଲ ସାଣ୍ଟ୍‌ନର୍‌, ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଟମ୍‌ ଲାଥାମ୍‌ ଓ ଦ୍ରୁତ ବୋଲିଂ ଅଲ୍‌ରାଉଣ୍ଡର କଲିନ୍‌ ଡି ଗ୍ରାଣ୍ଡ୍‌ହୋମେ ଦଳକୁ ଫେରିଛନ୍ତି। ଦଳ: କେନ୍‌ ୱିଲିୟମ୍‌ସନ୍‌ (ଅଧିନାୟକ), ଟ୍ରେଣ୍ଟ୍‌ ବୋଲ୍‌ଟ, ଡଗ୍‌ ବ୍ରେସ୍‌ୱେଲ୍‌, କଲିନ୍‌ ଡି ଗ୍ରାଣ୍ଡ୍‌ହୋମେ, ଲୁକି ଫର୍ଗୁସନ୍‌, ମାର୍ଟିନ୍‌ ଗପ୍ଟିଲ, ମ୍ୟାଟ୍‌ ହେନ୍‌ରି, ଟମ୍‌ ଲାଥାମ୍‌ (ୱିକେଟ୍‌ରକ୍ଷକ), କଲିନ୍‌ ମୁନ୍‌ରୋ, ହେନ୍‌ରି ନିକୋଲ୍‌ସ, ମିଚେଲ ସାଣ୍ଟ୍‌ନର୍‌, ଈଶ୍‌ ସୋଢି, ଟିମ୍‌ ସାଉଦି ଓ ରସ୍‌ ଟେଲର।

ସମ୍ବନ୍ଧିତ ଖବର