ବିଶ୍ୱକପ : ଟସ ଜିଣି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି , ପାକିସ୍ତାନ ପାଇଁ କର ବା ମର ପରିସ୍ଥିତି

ବର୍ମିହାମ : ବର୍ମିହାମର ଏଜବାଷ୍ଟନଠାରେ ଆଜି ଖେଳା ଯିବାକୁ ଥିବା ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ ବର୍ଷା ଯୋଗୁଁ ବିଳମ୍ବିତ ହୋଇଛି । ତେବେ ଖୁସିର କଥା ଯେ ବର୍ଷା ଏବେ ଛାଡିଯିବା ସହ ପାଗ ଶୁଖିଲା ହୋଇଯାଇଛି । ଟସ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ମ୍ୟାଚ ୪ଟା ବେଳେ ଆରମ୍ଭ ହେବ । ତେବେ ମ୍ୟାଚ ବିଳମ୍ବିତ ହୋଇଥିଲେ ମଧ୍ୟ କୌଣସି ଓଭର କଟାଯାଇନାହିଁ ।

ନ୍ୟୁଜିଲାଣ୍ଡ ଏପର୍ଯ୍ୟନ୍ତ ମୋଟ ୬ଟି ମ୍ୟାଚ ଖେଳି ସଂପୂର୍ଣ୍ଣ ଅପରାଜେୟ ରହିଛି । ଏହି ଦଳ ୫ଟି ମ୍ୟାଚରେ ବିଜୟ ହାସଲ କରିଥିଲେ ମଧ୍ୟ ଭାରତ ବିପକ୍ଷ ମ୍ୟାଚଟି ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା । ଦଳ ଏପର୍ଯ୍ୟନ୍ତ ୧୧ ପଏଣ୍ଟ ପାଇଁ ସେମିଫାଇନାଲ ଖେଳିବା ଏକରକମ ନିଶ୍ଚିତ କରିଛି । ଅନ୍ୟପକ୍ଷରେ ପାକିସ୍ତାନ ଏପର୍ଯ୍ୟନ୍ତ ୬ଟି ମ୍ୟାଚ ଖେଳି ୨ଟିରେ ବିଜୟ, ୩ ପରାଜୟ ଓ ୧ଟି ବାତିଲ ମ୍ୟାଚ ସହ ମୋଟ ୫ ପଏଣ୍ଟ ପାଇଛି । ଏଣୁ ସେମି ଫାଇନାଲ ଦୌଡରେ ରହିବା ପାଇଁ ଏହି ମ୍ୟାଚ ପାକିସ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।

ସମ୍ବନ୍ଧିତ ଖବର