ଏସୀୟ କ୍ରୀଡ଼ା: ନୀନା ବରକଲଙ୍କୁ ରୌପ୍ୟ ପଦକ, ୮ ସ୍ୱର୍ଣ୍ଣ ସମେତ ଭାରତ ପଦକ ସଂଖ୍ୟା ପହଞ୍ଚିଲା ୪୧

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ାରେ ସୋମବାର ଭାରତର ନୀନା ବରକଲଙ୍କୁ ଲମ୍ବଡିଅାଁରେ ରୌପ୍ୟ ପଦକ ମିଳିଛି। କେରଳର ଝିଅ ନୀନା ଏସୀୟ କ୍ରୀଡ଼ାର ନବମ ଦିନରେ ମହିଳା ଲମ୍ବ ଡିଅାଁରେ ୨ୟ ସ୍ଥାନ ଅଧିକାର କରିଛନ୍ତି। ସେ ଫାଇନାଲରେ ୬.୫୧ ମିଟର ଡେଇଁ ରୌପ୍ୟ ପଦକ ପାଇଛନ୍ତି।

ଫାଇନାଲରେ ନୀନା ଦମଦାର ପ୍ରଦର୍ଶନ କରିଥିଲେ। ପ୍ରଥମ ଉଦ୍ୟମରେ ୬.୪୧ ମିଟର ଡେଇଁଥିଲେ। ସେ ୨ୟ ଓ ୩ୟ ଉଦ୍ୟମରେ ଯଥାକ୍ରମେ ୪.୪୦ ଓ ୬.୫୦ ମିଟର ଡେଇଁଥିଲେ। ଭିଏତନାମର ପ୍ରତିଯୋଗୀ ଥାଓ ଥୁ ଥି ବୁଇ ୬.୫୫ ମିଟର ଡେଇଁ ସ୍ୱର୍ଣ୍ଣ ପଦକ ଜିତି ଥିବା ବେଳେ ଚୀନ ପ୍ରତିଯୋଗୀ ସିଓଲିଙ୍ଗ୍‌ ସୁ ୬.୫୦ ମିଟର ଡେଇଁ କାଂସ୍ୟ ପଦକ ଜିତିଛନ୍ତି।

ଚଳିତ ଏସୀୟ କ୍ରୀଡ଼ାରେ ଭାରତକୁ ମୋଟ ୪୧ଟି ପଦକ ମିଳିଛି। ଏଥିରେ ସାମିଲ ରହିଛି ୮ଟି ସ୍ୱର୍ଣ୍ଣ ଓ ୧୩ ରୌପ୍ୟ ପଦକ। ଭାରତକୁ ୨୦ଟି କାଂସ୍ୟ ପଦକ ମିଳିଛି।

ସମ୍ବନ୍ଧିତ ଖବର