ନିରୋଜ ସ୍ମାରକୀ ଓସ୍କାର୍‌ କପ୍‌ ଫାଇନାଲ୍‌ରେ ପାରାମାଉଣ୍ଟ୍‌

ଭୁବନେଶ୍ୱର: ଓସ୍କାର ସ୍ପୋର୍ଟିଂ ଖେଳ ପଡ଼ିଆରେ ଚାଲିଥିବା ନବମ ନିରୋଜ ସ୍ମାରକୀ ଓସ୍କାର କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ଭୁବନେଶ୍ୱରର ପାରାମାଉଣ୍ଟ୍‌ ସ୍ପୋର୍ଟିଂ ପହଞ୍ଚିଛି। ମଙ୍ଗଳବାର ସେମିଫାଇନାଲ୍‌ରେ ପାରାମାଉଣ୍ଟ୍‌ ୮ ଓ୍ଵିକେଟ୍‌ରେ ଗ୍ରିନ୍‌ କ୍ରିକେଟ୍‌ ଏକାଡେମିକୁ ପରାସ୍ତ କରିଥିଲା। ଗ୍ରିନ୍‌ ଏକାଡେମି ନିର୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୭୮ ରନ୍‌ କରିଥିଲା। ଦେବକାନ୍ତ ପ୍ରଧାନ ୨୯ ରନ୍‌ କରିଥିଲେ। ପାରାମାଉଣ୍ଟ୍‌ର ସଫଳ ବୋଲର ଭାବେ ରୀତେଶ ପ୍ରିୟରଂଜନ ୩ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ପାରାମାଉଣ୍ଟ୍‌ ୧୨.୪ ଓଭରରେ ୨ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ରୀତେଶ ପ୍ରିୟରଂଜନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ଅଶୋକ କୁମାର ସ୍ୱାଇଁଙ୍କଠୁ ଗ୍ରହଣ କରିଥିଲେ। ଲୁଲୁ ମହାପାତ୍ର ଏବଂ ମାରୁତି ଆଚାର୍ଯ୍ୟ ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର