ନିଶାନଙ୍କୁ ସର୍ବଭାରତୀୟ ସୁଯୋଗ

ଭୁବନେଶ୍ୱର: ଓଡ଼ିଶାର ଉଦୀୟମାନ ହକି ଅମ୍ପାୟାର ନିଶାନଜ୍ୟୋତି ମହାନ୍ତିଙ୍କୁ ଆଉ ଏକ ସର୍ବଭାରତୀୟ ହକି ପ୍ରତିଯୋଗିତାରେ ଅମ୍ପାୟାରିଂ କରିବାର ସୁଯୋଗ ମିଳିଛି। ତାମିଲନାଡୁର କୋଭିଲପଟିଠାରେ ଚଳିତ ମାସ ୧୭ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଦଶମ ଲକ୍ଷ୍ମୀ ଆମଲ ସ୍ମାରକୀ ହକି ପ୍ରତିଯୋଗିତା ଲାଗି ହକି ଇଣ୍ଡିଆ ତାଙ୍କୁ ଅମ୍ପାୟାର ନିଯୁକ୍ତ କରିଛି। ରାଞ୍ଚିରେ ଆୟୋଜିତ ବରିଷ୍ଠ ଜାତୀୟ ମହିଳା ହକି ପ୍ରତିଯୋଗିତାରେ ଭଲ ଅମ୍ପାୟାରିଂ କରିଥିବାରୁ ହକି ଇଣ୍ଡିଆ ତାଙ୍କୁ ଏହି ସୁଯୋଗ ଦେଇଛି। ନିଶାନ ପୂର୍ବରୁ ମଧ୍ୟ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅମ୍ପାୟାର ଏବଂ ବିଚାରକ ଦାୟିତ୍ୱ ତୁଲାଇ ସାରିଛନ୍ତି। ଏହି ସଫଳତା ଲାଗି ହକି ଓଡ଼ିଶାର ସଂପାଦକ ପ୍ରତାପ ଶତପଥୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର