ରାକେଶଙ୍କୁ ମିଳିଲାନି ସୁଯୋଗ

ସୁପରକପ୍‌ ଓଡ଼ିଶାରେ ଖେଳା ଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜଣେ ହେଲେ ବି ଓଡ଼ିଆ ଖେଳାଳିଙ୍କୁ କଳିଙ୍ଗ ଷ୍ଟାଡିୟମରେ ଖେଳୁ ଥିବାର ଦେଖିବାକୁ ମିଳି ନଥିଲା। ଗୁରୁବାର ଏହି ଧାରା ବଦଳିବ ବୋଲି ଆଶା କରାଯାଉଥିଲା। କାରଣ ମୁମ୍ବାଇ ସିଟି ଏଫସି ଦଳରେ ଓଡ଼ିଆ ତାରକା ରାକେଶ ଓରାମ ଥିଲେ। ମୁମ୍ବାଇର ୧୮ ଜଣିଆ ଦଳରେ ଥିଲେ ମଧ୍ୟ ରାକେଶଙ୍କୁ ଦୁର୍ଭାଗ୍ୟଜନକ ଭାବେ ଆଜି ମୁମ୍ବାଇର ଆରମ୍ଭ ଏକାଦଶ କିମ୍ବା ବଦଳ ଖେଳାଳି ଭାବେ ଖେଳିବାର ସୁଯୋଗ ମିଳି ନଥିଲା। ଯାହା ସ୍ଥାନୀୟ ଦର୍ଶକଙ୍କୁ ନିରାଶ କରିଥିଲା। ୩୩ ନମ୍ବର ଜର୍ସି ପରିହିତ ରାକେଶଙ୍କୁ ଖେଳୁଥିବାର ଦେଖିବାକୁ ସେମାନେ ଚାହିଁ ବସିଥିଲେ। ହେଲେ ମୁମ୍ବାଇ ପ୍ରଶିକ୍ଷକ ଆଲେଜାଣ୍ଡ୍ରୋ ବୋର୍ଜେସ୍‌ ଦୁର୍ଭାଗ୍ୟଜନକ ଭାବେ ତାଙ୍କୁ ଅଳ୍ପ ସମୟ ପର୍ଯ୍ୟନ୍ତ ବି ପଡ଼ିଆକୁ ଉତ୍ତାରି ନଥିଲେ।

ସମ୍ବନ୍ଧିତ ଖବର