ହାର୍ଦିକଙ୍କ ନିକଟତର କେହି ନାହାନ୍ତି: ସେହବାଗ୍‌

ନୂଆଦିଲ୍ଲୀ: ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟା ଯେଭଳି ବଲ୍‌ ଓ ବ୍ୟାଟ୍‌ରେ ଚମକ ଦେଖାଉଛନ୍ତି ଭାରତୀୟ ଦଳରେ ତାଙ୍କ ନିକଟତର କେହି ନାହାନ୍ତି। ଦଳରେ ତାଙ୍କ ସାମର୍ଥ୍ୟ ଅନ୍ୟ କୌଣସି ଖେଳାଳିଙ୍କ ନିକଟରେ‌ ଦେଖିବାକୁ ମିଳୁନି ବୋଲି କହିଛନ୍ତି ପୂର୍ବତନ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ୍‌। ସେହବାଗ୍‌ଙ୍କ ମତରେ ହାର୍ଦିକ୍‌ ଏବର ସମୟରେ ଜଣେ ସ୍ଥିର ପ୍ରଦର୍ଶନକାରୀ ଭାବେ ଉଭା ‌ହୋଇଛନ୍ତି। ଏହି ଅଲ୍‌ରାଉଣ୍ଡର ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍‌ସ ବିଜେତା ହେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ସେ ୧୬ ପାଳିରୁ ୪୦୨ ରନ୍‌ କରିଥିଲେ। ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୯୧.୪୨ ଥିଲା ବେଳେ ୯୧ ରନ୍‌ର ସର୍ବାଧିକ ବ୍ୟକ୍ତିଗତ ପାଳି ଖେଳିଥିଲେ। ପୁଣି ବୋଲିଂରେ ୧୬ ମ୍ୟାଚ୍‌ରୁ ୧୪ ୱିକେଟ୍‌ ମଧ୍ୟ ଦଖଲ କରିଥିଲେ। ଏଭଳି ସ୍ଥିର ପ୍ରଦର୍ଶନ ପାଣ୍ଡାଙ୍କ ବ୍ୟତୀତ ଅନ୍ୟ କାହାରିଠୁ ଦେଖିବା‌କୁ ମିଳିନି। ପାଣ୍ଡ୍ୟାଙ୍କ ଏଭଳି ପ୍ରଦର୍ଶନ ଜାରି ରହିଲେ ଭାରତ ବିଶ୍ବକପ୍‌ରେ ଟ୍ରଫି ଜିତିବାର ଦାବିଦାର ରହିବ ବୋଲି ସେହବାଗ୍‌ କହିଛନ୍ତି।

ସମ୍ବନ୍ଧିତ ଖବର