ବିରାଟ କୋହଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି, କାଉଣ୍ଟି କ୍ରିକେଟ ଖେଳି ପାରିବେ ନାହିଁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ନୂଆ ଖବର ଆସିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ପ୍ରେସ୍‌ ଇସ୍ତାହାର ଜାରି କରି କହିଛନ୍ତି, ଇଂଲଣ୍ଡ ଓ ଆୟରଲ୍ୟାଣ୍ଡଗ୍ରସ୍ତ ପୂର୍ବରୁ କାଉଣ୍ଟି କ୍ରିକେଟରେ ଭାଗ ନେଇ ପାରିବେ ନାହିଁ କୋହଲି।

ଏହାପୂର୍ବରୁ ବୋର୍ଡର ଜଣେ ଅଧିକାରୀ କହିଥିଲେ, ବିରାଟଙ୍କ ସ୍ଲିପ୍‌ ଡିସ୍କରେ ଅସୁବିଧା ନାହିଁ। ଏହି ମାମଲା ନେକ୍‌ ସ୍ପ୍ରେନ୍‌ (ଗଳାର ଆଘତ) ରହିଛି। କାଉଣ୍ଟି କ୍ରିକେଟ ନ ଖେଳିବାର ନିଷ୍ପତ୍ତି ମେଡିକାଲ ଟିମ୍‌ ଦ୍ୱାରା ବିରାଟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ନିଆଯାଇଛି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିସିସିଆଇ ମେଡିକାଲ ଟିମ୍‌ ଦୃଷ୍ଟିରେ ରହି ବିରାଟକୁ ଖେଳିବାକୁ ପଡ଼ିବ। ସେ ବେଙ୍ଗାଲୁରୁସ୍ଥିତ ଏନ୍‌ସିଏରେ ଜୁନ୍‌ ୧୫ରେ ପ୍ରଶିକ୍ଷଣ ଆରମ୍ଭ କରିବେ। ଏହାପରେ ତାଙ୍କ ଫିଟ୍‌ନେସ୍‌ ପରୀକ୍ଷା ହେବ। ମେଡିକାଲ ଟିମ୍‌ର ବିଶ୍ୱାସ ଆୟରଲ୍ୟାଣ୍ଡ ଓ ଇଂଲଣ୍ଡଗ୍ରସ୍ତ ପୂର୍ବରୁ ସେ ସୁସ୍ଥ ହୋଇଯିବେ।

ମୁମ୍ବାଇ ମିରର ବିରାଟ କୋହଲିଙ୍କ ଆଘାତକୁ ନେଇ କହିଥିଲା କି ତାଙ୍କୁ ସ୍ଲିପ୍‌ ଡିସ୍କର ଅସୁବିଧା ରହିଛି। ଏଥିପାଇଁ ସେ କାଉଣ୍ଟି କ୍ରିକେଟ ଖେଳି ପାରିବେ ନାହିଁ। ସେହିପରି ବିରାଟଙ୍କର ଇଂଲଣ୍ଡଗ୍ରସ୍ତରେ ନଯିବାର ବି ଆଶଙ୍କା ରହିଛି।

ଜଣେ ଅଧିକାରୀଙ୍କ କହିବାନୁସାରେ, ବିରାଟ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ ମ୍ୟାଚ ଖେଳୁଥିବା ସମୟରେ ଫିଲଡିଂ ସମୟରେ ତାଙ୍କ ଗଳାରେ ଆଘତ ଲାଗିଥିଲା।

ଉଲ୍ଲେଖଯୋଗ୍ୟ, ବୁଧବାର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ଦେଇଥିବା ସୁସ୍ଥତା ଆହ୍ଵାନକୁ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଗ୍ରହଣ କରିଛନ୍ତି। ତା’ ସହ ସେ ଏହି ଆହ୍ଵାନ ପୂରଣ କରିବାକୁ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ନିଜ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆହ୍ଵାନ କରିଛନ୍ତି। ଏଥିନେଇ ଏକ ଭିଡିଓ କୋହଲି ନିଜ ଟୁଇଟର ପୃଷ୍ଠାରେ ପ୍ରକାଶ କରିଛନ୍ତି। ଯେଉଁଥିରେ ସେ ବ୍ୟାୟାମ କରୁଥିବାର ଦୃଶ୍ୟ ରହିଛି।

ସୂଚନାଯୋଗ୍ୟ, ରାଠୋର ସୋମବାର ସେ ବ୍ୟାୟାମ କରୁଥିବାର ଏକ ଭିଡିଓ ପ୍ରକାଶ କରି ନିଜ ସୁସ୍ଥତାର ମନ୍ତ୍ର ବାଣ୍ଟିବାକୁ କୋହଲି, ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ଏବଂ ବ୍ୟାଡମିଣ୍ଟନ୍‌ ତାରକା ସାଇନା ନେହଓ୍ୱାଲ୍ ଆହ୍ଵାନ କରିଥିଲେ। ଦେଶବାସୀଙ୍କୁ ବ୍ୟାୟାମର ଉପକାରିତା ଜଣାଇବାକୁ ରାଠୋର ଏହି ନିଆରା ଅଭିଯାନ ଆରମ୍ଭ କରିଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର