ଆଇପିଏଲ୍ ମ୍ୟାଚ୍ ସମୟରେ ୱାଙ୍ଖଡେ ଷ୍ଟାଡିୟମରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନାହିଁ; ସ୍ପଷ୍ଟ କଲା ମୁମ୍ବାଇ ପୁଲିସ

ମୁମ୍ବାଇ : ଆଜି ମୁମ୍ବାଇ ପୁଲିସ୍ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆଇପିଏଲ୍  ମ୍ୟାଚ ପ୍ରତି  କୌଣସି ବିପଦ ନଥିବା କଥା ସ୍ପଷ୍ଟ କରିଛି । ଆଇପିଏଲ୍ ମ୍ୟାଚ୍ ସମୟରେ ଷ୍ଟାଡିୟମରେ  ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବା ନେଇ ଶୁକ୍ରବାର ଗୁ୍ଜବ ପ୍ରସାରିତ ହୋଇଥିଲା । ଏହି ଗୁଜବ କାରଣରୁ ମୁମ୍ବାଇ ଇଣ୍ଡିୟାନ୍ସ ମ୍ୟାଚ୍ ପାଇଁ ଟିକେଟ୍ କିଣିଥିବା ଦର୍ଶକଙ୍କ ଉପରେ ଏହାର ପ୍ରଭାବ ପଡିଥିଲା । କିନ୍ତୁ ଏହା ଏବେ ଏକ ଗୁଜବ ବୋଲି ଜଣାପଡିଛି । ଏହି ମୁକାବିଲା ଅପରାହ୍ନ ୪ ଟା ବେଳେ ଆରମ୍ଭ ହେବ । ମୁମ୍ବାଇ ଇଣ୍ଡିୟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ୱାଙ୍ଖଡେ ଷ୍ଟାଡିୟମରେ ଆଜି ଏହି ମୁକାବିଲା ହେବାକୁ ଯାଉଛି ।

ମୁମ୍ବାଇ ପୁଲିସ୍ ପିଆରଓ ଡିସିପି ମଂଜୁନାଥ ସେନଗେ ସ୍ପଷ୍ଟ କରିଛନ୍ତି  ଯେ ଏହା କେବଳ ଏକ ଗୁଜବ । ସେ କହିଥିଲେ କୌଣସି ଆକ୍ରମଣର ସମ୍ବନ୍ଧରେ ସୁରକ୍ଷା  ଏଜେନ୍ସିଙ୍କ ପାଖରେ କୌଣସି ସୂଚନା ନାହିଁ । ପୁଲିସ୍ ସୂତ୍ର ଅନୁସାରେ ମୁମ୍ବାଇରେ ଆଇପିଏଲ୍ ମ୍ୟାଚ୍ ପାଇଁ ହେଉଥିବା ଭିଡକୁ ଦେଖି ଏଭଳି ଗୁଜବ କେହି ପ୍ରସାରିତ କରିଥାଇପାରନ୍ତି । ମୁମ୍ବାଇ ପୁଲିସର ଏହି ସ୍ପଷ୍ଟୀକରଣ କ୍ରିକେଟ୍ ପ୍ରଶଂସକ-ଖେଳାଳିଙ୍କୁ ଆଶ୍ବସ୍ତ କରିଛି। ଏଥିସହ  ମୁମ୍ବାଇ ଇଣ୍ଡିୟାନ୍ସ ଏବଂ ଆଇପିଏଲ୍ ପରିଚାଳନାକୁ ଚିନ୍ତାମୁକ୍ତ କରିଛି।

ସମ୍ବନ୍ଧିତ ଖବର