ବାରବାଟୀ ଟି ୨୦: ଭିତରକୁ ପାଣି ବୋତଲ ନେବା ମନା

ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ଦିନ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଶ୍ରୀଳଙ୍କା ମଧ୍ୟରେ ଟି ୨୦ କି୍ରକେଟ ମ୍ୟାଚ ଅନୁଷ୍ଠିତ ହେବ । ଏଥିପାଇଁ ଆଜି କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ଅଧ୍ୟକ୍ଷତାରେ ସଚିବାଳୟ ଠାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସରକାରୀ ପଦସ୍ଥ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକ ପରେ ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇ କହିଛନ୍ତି ଯେ ବାରବାଟୀ ଟି-ଟେ୍ଵଣ୍ଟି ମ୍ୟାଚ୍‌କୁ ଆକର୍ଷଣୀୟ ଓ ଶାନ୍ତିଶୃଙ୍ଖଳାର ସହିତ କରିବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ବିସିସିଆଇର ନର୍ମ ଅନୁଯାୟୀ ଏଠାରେ ମ୍ୟାଚ୍‌ ଆୟୋଜନ କରାଯିବ। ତେବେ ଅତୀତରେ କେତେକ ଦର୍ଶକଙ୍କ ପାଇଁ ବାରବାଟୀ ଆର୍ନ୍ତଜାତିିକ ସ୍ତରରେ ବଦନାମ ହୋଇଥିବାରୁ ଏଥର କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଏପରିକି ଅତୀତରେ ପଡ଼ିଆ ଭିତରକୁ ପାଣି ବୋତଲ ପକା ଯାଇଥିବାରୁ ଏଥର ଗ୍ୟାଲେରି ଭିତରକୁ ଦର୍ଶକମାନେ ପାଣି ବୋତଲ ମଧ୍ୟ ନେଇ ଯାଇ ପାରିବେ ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର