ବିଶ୍ୱକପ୍‌ ଉତ୍ସାହ ନାହିଁ

ଭାରତର ୬ ସହରରେ ସଂପ୍ରତି ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାଲିଛି। ଆମ ଦେଶରେ କୌଣସି ସ୍ତରୀୟ ଫୁଟ୍‌ବଲ୍‌ ବିଶ୍ୱକପ୍‌ ଆୟୋଜନ ହେବାର ଏହା ପ୍ରଥମ ଘଟଣା। ସେଥିପାଇଁ ସାରା ଦେଶକୁ ଗ୍ରାସିଛି ଫୁଟବଲ୍‌ ଜ୍ୱର। ହେଲେ ବିଶ୍ୱକପ୍‌କୁ ନେଇ ଓଡ଼ିଶାରେ ସେମିତି କିଛି ଉତ୍ସାହ ନାହିଁ। ଓଡ଼ିଶା ଯେମିତି ଏହି ଫୁଟ୍‌ବଲ୍‌ ମହୋତ୍ସବଠାରୁ ବହୁ ଦୂରରେ ରହିଛି। ବିଶ୍ୱକପ୍‌ ଏଠାରେ କେବଳ ଖବରରେ ସୀମିତ ହୋଇ ଯାଇଛି। ଯାହା ରାଜ୍ୟରେ ଫୁଟ୍‌ବଲ୍‌ର କମ୍‌ ଲୋକପ୍ରିୟତାକୁ ମଧ୍ୟ ଦର୍ଶାଉଛି। ଓଡ଼ିଶା ଜାତୀୟ ସ୍ତରୀୟ ପୁରୁଷ ଫୁଟ୍‌ବଲ୍‌ରେ ସେତେଟା ଭଲ କରିନି। ହେଲେ ଆଗକୁ ଭଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଏହି କ୍ଷେତ୍ରରେ ବିଶ୍ୱକପ୍‌ ଲାଗି ଘୋଷିତ ହୋଇଥିବା ଭାରତୀୟ ୧୭ ବର୍ଷରୁ କମ୍‌ ସମ୍ଭାବ୍ୟ ଦଳରେ ସ୍ଥାନ ପାଇଥିବା ଶୁଭମ ଷଡ଼ଙ୍ଗୀ ଆଶାର ଆଲୋକ ଭାବେ ଉଭା ହୋଇଛନ୍ତି। ଶୁଭମ୍‌ ଭାରତୀୟ ସମ୍ଭାବ୍ୟ ୧୭ ବର୍ଷରୁ କମ୍‌ ଦଳରେ ଥିଲେ ମଧ୍ୟ ସେ ଦୁର୍ଭାଗ୍ୟଜନକ ଭାବେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇ ନଥିଲେ। ତଥାପି ସେ ପ୍ରଶିକ୍ଷକଙ୍କଠାରୁ ଢେର ପ୍ରଶଂସା ସାଉଣ୍ଟିଥିଲେ। କଲମ୍ବିଆ ବିପକ୍ଷରେ ଗୋଲ୍‌ ଦେଇ ଇତିହାସ ରଚିଥିବା ଜାକସନ ସିଂହଙ୍କ ସହ ୟୁରୋପ ସହ ଅନ୍ୟାନ୍ୟ ଦେଶରେ ଫୁଟ୍‌ବଲ୍‌ ଖେଳିବାର ଅଭିଜ୍ଞତା ପାଇଛନ୍ତି ଶୁଭମ। ମଣିପୁର ପୁଅ ଜାକସନ୍‌ ଯେଉଁ ସଫଳତା ପାଇଛନ୍ତି ଶୁଭମ୍‌ ମଧ୍ୟ ଭବିଷ୍ୟତରେ ସେହି ସଫଳତା ଦୋହରାଇବାର ଶକ୍ତି ରଖନ୍ତି। ହେଲେ ତାଙ୍କୁ ଦରକାର ସୁଯୋଗ ଏବଂ ସ୍ୱୀକୃତି।

ସମ୍ବନ୍ଧିତ ଖବର