ଭୁବନେଶ୍ବରରେ ଉତ୍ତର ପୂର୍ବାଞ୍ଚଳର ୪୪ ମ୍ୟାଚ୍‌

କଟକ: ପ୍ରଥମ ଥର ପାଇଁ ବିସିସିଆଇର ଘରୋଇ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିଥିବା ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନେ ଭୁବନେଶ୍ବରର ତିନିଟି ପଡ଼ିଆକୁ ବ୍ୟବହାର କରିବେ। ରେଳବାଇ, କିଟ୍‌ ଓ ବିକାଶ ପଡ଼ିଆରେ ଉତ୍ତର ପୂର୍ବାଞ୍ଚଳ ଦଳମାନଙ୍କର ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ତିନିଟି ସ୍ଥାନରେ ଉତ୍ତର ପୂର୍ବାଞ୍ଚଳ ଦଳଙ୍କ ମୋଟ ୪୪ ମ୍ୟାଚ୍‌ ଖେଳାଯିବ। ସେଥିମଧ୍ୟରେ ଦୁଇଟି ରଣଜୀ ଟ୍ରଫି ମଧ୍ୟ ସ୍ଥାନ ପାଇଛି। ଏହାବ୍ୟତୀତ ୩୬ ବିନୁମଙ୍ଗଡ ଟ୍ରଫି, ୨ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ଓ ୪ ସିକେ ନାୟୁଡୁ ଟ୍ରଫି ମ୍ୟାଚ୍‌ ଅନୁଷ୍ଠିତ ହେବ। ରେଳବାଇରେ ୧୨ ବିନୁମଙ୍କଡ ଟ୍ରଫି ଓ ଗୋଟିଏ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ମ୍ୟାଚ୍‌ ଖେଳାଯିବ। ସେହିପରି କିଟ୍‌ରେ ୧୨ ବିନୁମଙ୍କଡ ଟ୍ରଫି, ୨ ରଣଜୀ ଟ୍ରଫି ଏବ˚ ବିକାଶ ପଡ଼ିଆରେ ୧୨ ବିନୁମଙ୍କଡ଼ ଟ୍ରଫି, ୪ ସିକେ ନାୟୁଡୁ ଟ୍ରଫି ଓ ୧ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର