ମସ୍କୋ: ମସ୍କୋ ଫୁଟବଲ୍ ବିଶ୍ୱକପ୍କୁ ନେଇ ଘରୋଇ ପ୍ରଶଂସକ ଏତେ ମାତ୍ରାରେ ଉତ୍ସାହିତ ହୋଇ ଯାଉଛନ୍ତି ଯେ ସେମାନେ ଆଉ ବାଡ଼ବତା ମାନୁ ନାହାନ୍ତି। କେତେକ ଉଗ୍ର ପ୍ରଶଂସକ ଅତ୍ୟଧିକ ଉଲ୍ଲସିତ ହୋଇ ବିଶ୍ୱକପ୍ର ଧାରା ବିବରଣୀ ଦେଉଥିବା ମହିଳା ସାମ୍ବାଦିକାଙ୍କୁ ଚୁମ୍ବନ ଦେବା ଏବଂ ସେମାନଙ୍କ ବକ୍ଷୋଜକୁ ଜୋର ଜବରଦସ୍ତ ଧରିବା ଭଳି କାରନାମା କରିବାକୁ ପଛାଉ ନାହାନ୍ତି। ଏମିତି ଏକ ଘଟଣା କଲମ୍ବିଆ ସାମ୍ବାଦିକା ଜୁଲିଏଥ୍ ଗୋଞ୍ଜାଲେଜ୍ ଥେରାନଙ୍କ ସହ ଘଟିଛି। ସାରାଂସ୍କରେ ଡଚ୍ େଓ୍ଵଲେ ନାମକ ଏକ ଜର୍ମାନି ଚ୍ୟାନେଲ୍ ପାଇଁ ଧାରା ବିବରଣୀ ଦେଉଥିଲା ବେଳେ ଜଣେ ପ୍ରଶଂସକ ତାଙ୍କୁ ପ୍ରଥମେ ଚୁମ୍ବନ ଦେଇ ଚାଲି ଯାଇଥିଲେ। କିଛି ସମୟ ପରେ ପୁଣି ଥରେ ଫେରି ଜୁଲିଏଥ୍ଙ୍କ ସମ୍ବେଦନଶୀଳ ଅଙ୍ଗକୁ ଧରି ପକାଇଥିଲେ। ଏହି ଘଟଣାର ଭିଡିଓ ଜୁଲିଏଥ୍ ନିଜ ଇନ୍ଷ୍ଟାଗ୍ରାମ୍ ପୃଷ୍ଠାରେ ପ୍ରକାଶ କରି ମହିଳାଙ୍କ ପ୍ରତି ବିଶ୍ୱକପ୍ ବେଳେ ହେଉଥିବା ଅସମ୍ମାନକୁ ସର୍ବସାଧାରଣଙ୍କ ସମ୍ମୁଖକୁ ଆଣିଛନ୍ତି। ମସ୍କୋ ବିଶ୍ୱକପ୍ରେ ଏଭଳି ଲଜ୍ଜାଜନକ ମାମଲା ଘଟିବାର କିନ୍ତୁ ଏହା ପ୍ରଥମ ଘଟଣା ନୁହେଁ। ତିନି ମାସ ପୂର୍ବେ ମସ୍କୋର ଏକ ପବ୍ରେ ଜଣେ ବ୍ରାଜିଲୀୟ ସାମ୍ବାଦିକାଙ୍କ ସହ ମଧ୍ୟ ପ୍ରଶଂସକମାନେ ଏଭଳି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ। ହେଲେ କିଛି ଅଶଭ୍ୟ ପ୍ରଶଂସକଙ୍କ ଏହି କାରନାମା ରୁଷିଆ ସହ ଫିଫା ଭାବମୂର୍ତିକୁ ମଧ୍ୟ କ୍ଷୁଣ୍ଣ କରୁଛି।
କଲମ୍ବିଆ ସାମ୍ବାଦିକାଙ୍କୁ ଅସମ୍ମାନ
/sambad/media/post_attachments/wp-content/uploads/2018/06/kiss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)