ଦୀର୍ଘ ସାଢେ ୨ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଆସନ୍ତା ଡିସେମ୍ବର ୨୨ ତାରିଖରେ ବାରବାଟୀରେ ହେବାକୁ ଯାଉଛି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍

କଟକ : କଟକରେ ଖେଳାଯିବ ଦିନିକିଆ କ୍ରିକେଟ୍ । ଦୀର୍ଘ ସାଢେ ୨ ବର୍ଷର ବ୍ୟବଧାନ ପରେ ପୁଣି ଥରେ ବାରବାଟୀରେ ହେବାକୁ ଯାଉଛି ଦିନିକିଆ କ୍ରିକେଟ୍ ଲଢେଇ । ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ। ୱେଷ୍ଟଇଣ୍ଡିଜ୍ ଏବଂ ଭାରତ ମଧରେ ଦ୍ୱିପାକ୍ଷିକ ସିରିଜର ଅନ୍ତିମ ମ୍ୟାଚ୍ ବାରବାଟୀରେ ଖେଳାଯିବ । ଏନେଇ ଓଡିଶା କ୍ରିକେଟ୍ ଆସୋସିଏସନର ଚେୟାରମ୍ୟାନ୍ ଧିରେନ୍ ପଲେଇ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତ ୨୦୧୫ ଅକ୍ଟୋବର ମାସ ୫ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିରୋଧରେ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲା ଭାରତ । ତେବେ ଏହି ମ୍ୟାଚରେ ବିଶୃଙ୍ଖଳା ସୃଷ୍ଟି ହେବାରୁ ବାରବାଟୀରେ ଆଉ କୌଣସି ଦିନିକିଆ ମ୍ୟାଚ ହୋଇନଥିଲା । ତେବେ ଶେଷ ଥର ପାଇଁ କଟକ ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୨୦ ତାରିଖରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା।

ସମ୍ବନ୍ଧିତ ଖବର