ୟୁରୋପୀୟ ମାଷ୍ଟର ଗେମ୍ସ : ଡିସକସ ଥ୍ରୋରେ ରୋପ୍ୟ ଜିତିଲେ ଓଡ଼ିଆ ଝିଅ ପାର୍ବତୀ, ଅଭିନନ୍ଦନ ଜଣାଇଲେ ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ଓଡ଼ିଆ ଆଥଲେଟ ପାର୍ବତୀ ସେଠୀ ଇଟାଲୀରେ ଅନୁଷ୍ଠିତ ୟୁରୋପୀୟ ମାଷ୍ଟର ଗେମ୍ସ ୨୦୧୯ରେ ରୋପ୍ୟ ପଦକ ପାଇଛନ୍ତି । ଡିସକସ ଥ୍ରୋରେ ସେ ଏହି ସଫଳତା ପାଇଛନ୍ତି । ତିନିଦିନ ତଳେ ସେ ଏହି ପ୍ରତିଯୋଗିତାରେ ସେ ସଟ ପୁଟରେ ମଧ୍ୟ କାଂସ୍ୟପଦକ ପାଇଥିଲେ ।
ପାର୍ବତୀଙ୍କ ଏହି ସଫଳତାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।

ନିଜର ଅଭିନନ୍ଦନ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ “ଇଟାଲୀରେ ଅନୁଷ୍ଠିତ ୟୁରୋପୀୟ ମାଷ୍ଟର ଗେମ୍ସ ୨୦୧୯ରେ ରୋପ୍ୟ ପଦକ ପାଇଥିବାରୁ ପାର୍ବତୀ ସେଠୀଙ୍କୁ ଅଭିନନ୍ଦନ । ତାଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା ।”

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଇଟାଲୀରେ ଅନୁଷ୍ଠିତ ୟୁରୋପୀୟ ମାଷ୍ଟର ଗେମ୍ସରେ ଚମତ୍କାର ପ୍ରଦର୍ଶନ ପାଇଁ ପାର୍ବତୀଙ୍କୁ ଅଭିନନ୍ଦନ । ସେ ଡିସକସ ଥ୍ରୋରେ ରୋପ୍ୟ ଓ ସଟ ପୁଟରେ କାଂସ୍ୟ ପଦକ ପାଇଛନ୍ତି । ଓଡ଼ିଶାର ଏହି ଝିଅ ସାରେ ଦେଶକୁ ଗର୍ବିତ କରିଛନ୍ତି ।

ସମ୍ବନ୍ଧିତ ଖବର