କଟକ: ଆସନ୍ତା ୧୪ ତାରିଖରୁ ରାଜସ୍ଥାନ ବିପକ୍ଷ ରଣଜୀ ମ୍ୟାଚ୍ ପାଇଁ ଓଡ଼ିଶା ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଖରାପ ଫର୍ମରେ ଗତି କରୁଥିବା ରାଜେଶ ଧୂପର ଓ ଵିକେଟ ରକ୍ଷକ ସୁଜିତ ଲେଙ୍କାଙ୍କୁ ବାଦ୍ ଦିଆଯାଇ ଶୁଭମ୍ ନାୟକ ଓ ଯୁବ ଖେଳାଳି ଦେବାଶିଷ ସାମନ୍ତରାୟଙ୍କୁ ସାମିଲ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍ ସି’ରେ ୫ ମ୍ୟାଚରୁ ୨ ବିଜୟ ଓ ୨ ପରାଜୟ ସହ ମୋଟ ୧୩ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି।