କାଠମାଣ୍ଡୁ ଅନ୍ତର୍ଜାତୀୟ ଟାଏକୋଣ୍ଡୋ ଲାଗି ଓଡ଼ିଶାରୁ ୨୨

ଭୁବନେଶ୍ୱର: ନେପାଳର ରାଜଧାନୀ କାଠମାଣ୍ଡୁଠାରେ ଚଳିତ ମାସ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଲାଗି ଓଡ଼ିଶାରୁ ୨୨ ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି। ଏହି ପିଲାଙ୍କ ସହ ୫ ଜଣ ଅଧିକାରୀ ମଧ୍ୟ ସେଠାକୁ ଯିବା ଲାଗି ଆମନ୍ତ୍ରୀତ ହୋଇଛନ୍ତି। ଏହି ଖେଳାଳିମାନେ ମଙ୍ଗଳବାର କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିବାର ଅଛି। ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଖେଳାଳିମାନେ ହେଲେ ଆୟୂଷ ଚନ୍ଦ୍ର, ବିଶ୍ୱ ରଂଜନ ମହାରଣା, ଅଜୟ କୁମାର ବେହେରା, ସୌରଭୀ ମିଶ୍ର, ପ୍ରବୀର କୁମାର ନାୟକ, ସ୍ୱାଗତ ରଂଜନ ତ୍ରିପାଠୀ, ଉନ୍ନତୀ ଦେବୀ, କେ ସୁପ୍ରୀୟା, ଗୁନ୍‌ ଗୁନ୍‌ ପଟ୍ଟନାୟକ, ଅସ୍ମି ଅମ୍ରିତା ପଣ୍ଡା, ଶୋଭନା ଶୁଭଦର୍ଶିନୀ ପଣ୍ଡା, ଆଦ୍ୟାଶା ସ୍ୱାଇଁ, ଗାୟତ୍ରୀ ସ୍ୱାଇଁ, ସାସ୍ୱତ ପଟ୍ଟନାୟକ, ବିକାଶ କୁମାର ରଣସିଂହ, ଶୁଭମ ଶେଖର ସ୍ୱାଇଁ, ରୋହିତ ଜାନୀ, ପ୍ରତାପ କୁମାର ମାଝୀ, ପରିତୋଷ ମହାମାନସିଂ, ପ୍ରକାଶ କୁମାର ନାୟକ, ଲଲାଟ କୁମାର ପରିଡ଼ା। ପ୍ରଶିକ୍ଷକ/ ପ୍ରବନ୍ଧକ: ଜୟକୃଷ୍ଣ ପରିଡ଼ା।

ସମ୍ବନ୍ଧିତ ଖବର