ସ୍କୋଏ ସାମରିକ କଳାରେ ଓଡ଼ିଶା ଦ୍ୱିତୀୟ

ସମସ୍ତ ୨୩ ଜଣ ଜିତିଲେ ପଦକ ୩ ସ୍ୱର୍ଣ୍ଣ, ୨୦ ରୌପ୍ୟ

କଟକ: ମହାରାଷ୍ଟ୍ରର ନାସିକ୍‌ରେ ଆୟୋଜିତ ଜାତୀୟସ୍ତରୀୟ ସ୍କୋଏ ସାମରିକ କଳା ପ୍ରତିଯୋଗିତାରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୧୨ରୁ ୨୩ ବର୍ଷ ବୟସ ବର୍ଗରେ ଆୟୋଜିତ ମୁକ୍ତ ପ୍ରତିଯୋଗିତାରେ ଓଡ଼ିଶା ୩ ସ୍ୱର୍ଣ୍ଣ ଓ ୨୦ ରୌପ୍ୟ ପଦକ ଜିତି ଦଳଗତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏପ୍ରିଲ୍‌ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତା ପାଇଁ ଓଡ଼ିଶାର ୨୩ (୯ ବାଳିକା ଓ ୧୪ ବାଳକ) ଜଣିଆ ଦଳ ନାସିକ୍‌ ଗସ୍ତ କରିଥିଲା। ପ୍ରତିଯୋଗିତାରେ ଓଡ଼ିଶାର ଶେଖ୍‌ ଅବ୍‌ଦୁଲ ଓ୍ଵାହିଦ୍‌, ଜାବିଦ୍‌ ଅଫ୍‌ଜଲ ଓ କୁନ୍ଦନ କୁମାର ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ଅବଶିଷ୍ଟ ୨୦ ଖେଳାଳି ରୌପ୍ୟ ପଦକ ହାସଲ କରିଥିଲେ। ପ୍ରଶିକ୍ଷକ ସମୀର ଖୁଣ୍ଟିଆ, ଦୁଷ୍ମନ୍ତ ନାଥ, ରାଜ୍‌ କୁମାରଲିମା, ମହିଳା ପ୍ରବନ୍ଧକ ସୋନାଲି ମଲ୍ଲ ଓ ରାଜ୍ୟ ସଂପାଦକ ଶେଖ୍‌ ସଲ୍ଲାଉଦ୍ଦିନ୍‌ ଦଳ ସହିତ ଗସ୍ତ କରିଥିଲେ। ଶୁକ୍ରବାର କଟକ ଫେରିଥିବା ଓଡ଼ିଶା ଦଳକୁ କଟକ ରେଳ ଷ୍ଟେସନରେ ରାଜ୍ୟ ସଂଘ ପକ୍ଷରୁ ସମ୍ବର୍ଧିତ କରାଯାଇଛି।

ସମ୍ବନ୍ଧିତ ଖବର