ଓଡ଼ିଶା ଏଜି ବ୍ୟାଡ୍‌ମିଣ୍ଟନ୍‌ ଉଦ୍‌ଯାପିତ

ଭୁବନେଶ୍ୱର: ଓଡ଼ିଶା ମହାଲେଖାକାର (ଏଜି) ରିକ୍ରିଏସନ୍‌ କ୍ଲବ ଆନୁକୂଲ୍ୟରେ ଅନ୍ତଃ କାର୍ଯ୍ୟାଳୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ୟୁନିଟ୍‌-୧ ଇନ୍‌ଡୋର୍‌ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ୧୧ ଜଣ ମହିଳାଙ୍କ ସହ ମୋଟ ୮୩ ଜଣ ଭାଗ ନେଇଥିବା ଏହି ପ୍ରତିଯୋଗିତାରେ ପୁରୁଷ ଯୁଗଳରେ ପ୍ରଭାତ ପ୍ରଧାନ-ଅନୀଲ ଦାସ ଯେଡ଼ି ପ୍ରତିପକ୍ଷ ପ୍ରକାଶ ପଟ୍ଟନାୟକ-ପରେଶ ମହାନ୍ତିଙ୍କୁ ହରାଇ ବିଜେତା ହୋଇଥିଲେ। ମହିଳା ଏକକ ବର୍ଗରେ ଭାରତୀ ମହାପାତ୍ର ଟ୍ରପି ବିଜେତା ହୋଇଥିବାବେଳେ ସସ୍ମିତା ସୋରେନ୍‌ ଓ ଏନ୍‌ ରାଜେଶ୍ୱରୀ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ଉପ ବିଜେତା ହୋଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରବଣ ପଟ୍ଟନାୟକ, ପ୍ରଧାନ ଲେଖାକାର ଯଶୋଧାରା ରାଏ ଚୌଧୁରୀ, ମହାଲେଖାକାର ବିଭୂଦତ୍ତ ବସନ୍ତିଆ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର