ତ୍ରିପୁରାକୁ ହରାଇଲା ଓଡ଼ିଶା

ଜାତୀୟ ବଲ୍‌ ବ୍ୟାଡ୍‌ମିଣ୍ଟନ

ଭୁବନେଶ୍ୱର: ହରିଆନାର ଗୁରଗାଓଁରେ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ୬୩ତମ ଜାତୀୟ ବଲ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଶା ବାଳିକା ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଓଡ଼ିଶା ଶନିବାର ଖେଳିଥିବା ନିଜର ପ୍ରଥମ ମ୍ୟାଚ୍‌ରେ ତ୍ରିପୁରାକୁ ସିଧାସଳଖ ୩୫-୧୧ ଓ ୩୫-୭ ପଏଣ୍ଟ୍‌ରେ ପରାସ୍ତ କରିଦେଇଛି। ଅନ୍ୟ ଦୁଇଟି ମ୍ୟାୁଚ୍‌ରେ ଯଥାକ୍ରମେ ଚଣ୍ଡୀଗଡ଼ ୩୫-୧୭ ଓ ୩୫-୧୬ରେ ହିମାଚଳ ପ୍ରଦେଶକୁ ଏବଂ ହରିଆନା ୩୫-୧୬ ଓ ୩୫-୨୦ରେ ଜୁଗରାଟକୁ ପରାସ୍ତ କରିଛି। ମହିଳା ଦଳ: ମଧୁସ୍ମିତା ସ୍ୱାଇଁ, ସୁଚେତା ପରିଡ଼ା, ସୁଶାନ୍ତି ନାୟକ, ସନ୍ତୋଷୀ ମହାପାତ୍ର, ସଂଘମିତ୍ରା ସ୍ୱାଇଁ, ସୁନିତା ସ୍ୱାଇଁ, ସୋନାଲି ମହାପାତ୍ର, ସୁଚିସ୍ମିତା ମିଶ୍ର ଓ ସୂର୍ଯ୍ୟକାନ୍ତୀ ବେହେରା।

ପୁରୁଷ ଦଳ: ବିଜୟ କୁମାର ଖୁଣ୍ଟିଆ, ସୋମେସ ରଞ୍ଜନ ପାତ୍ର, ଭେଙ୍କଟରମଣ ସାହୁ, ଦିବ୍ୟମୋହନ ଦଳବେହେରା, କୁଲ୍‌ଦୀପ ବେହେରା, ସୁଧାଂଶୁ କୁମାର ମଲ୍ଲିକ, ପିଣ୍ଟୁ ବୈରାଗୀ, ବିସ୍ମୟ ଦେହୁରୀ, ଅଜୟ କୁମାର ସାହୁ ଓ ବି ତ୍ରିନାଥ ରାଓ।

ସମ୍ବନ୍ଧିତ ଖବର