ଭୁବନେଶ୍ବର: ବିଶ୍ବବ୍ୟାପୀ ଦେଖା ଦେଇଥିବା କରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ଓଡ଼ିଶା କ୍ରିକେଟର୍ମାନେ ଆଗକୁ ବାହାରିଛନ୍ତି। ଏହାର ପ୍ରଥମ ଉଦାହରଣ ସାଜିଛନ୍ତି ପ୍ରଥମ ଓଡ଼ିଆ ଅନ୍ତର୍ଜାତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି। ସୋମବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଏକ ଟଙ୍କା (୧,୦୦,୦୦୧) ପ୍ରଦାନ କରିଛନ୍ତି ଦେବାଶିଷ। ଏହି ଅବସରରେ ଓଡ଼ିଶାବାସୀଙ୍କୁ ଘରେ ଆବଦ୍ଧ ହୋଇ ସୁସ୍ଥ ଓ ସୁରକ୍ଷିତ ରହିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ଆମେ ଏବେ ଏକ ଅପୂର୍ବ ପରିସ୍ଥିତିରେ ସମ୍ମୁଖୀନ ହୋଇଛେ, ସରକାରଙ୍କ ନିର୍ଦେଶକୁ ମାନିବା ଓ ସରକାରଙ୍କୁ ସହଯୋଗ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ନିଜେ ଗୃହାବଦ୍ଧ ଥିବା ୪୩ ବର୍ଷୀୟ ଦେବାଶିଷ। ଦେବାଶିଷଙ୍କ ସହିତ ତାଳ ଦେଇ ଓଡ଼ିଶା ରଣଜୀ ଦଳର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟ ମଧ୍ୟ ନିଜ ଗୋଟିଏ ମାସର ଦରମା ଦାନ କରିବେ ବୋଲି ଘୋଷଣା କରିଛନ୍ତି। ଓଡ଼ିଶା ଏଜିରେ କାର୍ଯ୍ୟରତ ବିପ୍ଳବ ମଧ୍ୟ ଅନ୍ୟମାନଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି। ରାଜ୍ୟର ଅନ୍ୟ ଦୁଇ କିଂବଦନ୍ତି ଖେଳାଳି ଦିଲୀପ ତିର୍କି ଏବଂ ଦୂତି ଚାନ୍ଦ ଏହି ଅବସରରେ ସାମଜିକ ଗଣମାଧ୍ୟମରେ ନିଜ ନିଜର ଫିଟନେସ୍ ମନ୍ତ୍ର ବାଣ୍ଟିବାରେ ବ୍ୟସ୍ଥ ଥିବା ଭିଡିଓ ଛାଡ଼ିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହଯୋଗ କରିବାକୁ ଉଭୟ ଅନୁରୋଧ କରିଛନ୍ତି। କିଛି ଦିନ ପୂର୍ବରୁ ସଦ୍ୟ ଅବସରପ୍ରାପ୍ତ ଅନ୍ତର୍ଜାତୀୟ କ୍ରିକେଟର୍ ପ୍ରଜ୍ଞାନ ଓଝା ମଧ୍ୟ ଏକାନ୍ତବାସରେ ରହିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ।
ସହାୟତାର ହାତ ବଢ଼ାଇଲେ ଓଡ଼ିଶା କ୍ରିକେଟର୍: ଦେବାଶିଷ ଦେଲେ ୧ ଲକ୍ଷ, ବିପ୍ଳବ ମାସକ ଦରମା
/sambad/media/post_attachments/wp-content/uploads/2020/04/dg98h7d98g7hjdg89h7d98gjdgjjjjjjjjjjjjjjjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)