ଦ୍ବିତୀୟ ବିଜୟ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି, ଆଜି ହାଇଦ୍ରାବାଦକୁ ଭେଟିବ

ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବୁଧବାର ଓଡ଼ିଶା ଏଫ୍‌ସି ପୁନେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋର୍ଟ୍ସ କମ୍ଲେକ୍ସଠାରେ ହାଇଦ୍ରାବଦକୁ ଭେଟିବ। ସଂପ୍ରତି ଓଡ଼ିଶା ଦଳ ୭ ମ୍ୟାଚ୍‌ରୁ ଗୋଟିଏ ବିଜୟ ୩ ଲେଖାଏଁ ଅମୀମାଂସିତ ଓ ପରାଜୟ ସହ ୬ ପଏଣ୍ଟ୍‌ ପାଇ ତାଲିକାର ସପ୍ତମ ସ୍ଥାନରେ ରହିଥିଲା ବେଳେ ହାଇଦ୍ରାବାଦ ଗୋଟିଏ ‌‌ଲେଖାଏଁ ବିଜୟ ଓ ଅମୀମାସିଂତ ସାଙ୍ଗକୁ ୩ ପରାଜୟ ସହ ୪ ପଏଣ୍ଟ୍‌ ପାଇ ଏହି ଦଶ ଦଳୀୟ ପ୍ରତିଯୋଗିତାର ଶେ‌ଷ ସ୍ଥାନ‌ରେ। ଫଳରେ ଉଭୟ ଦଳ ବୁଧବାର ନିଜ ନିଜର ଦ୍ବିତୀୟ ବିଜୟ ଲାଗି ଚେଷ୍ଟା କରିବେ।

ଓଡ଼ିଶା ଏଫ୍‌ସି ତା’ର ଶେଷ ୪ ମ୍ୟାଚ୍‌ରେ ବିଜୟ ପାଇନି। କେବଳ ଚେନ୍ନାୟିନ୍‌ ଏଫ୍‌ସି ସହ ଅମୀମ‌ାଂସତ ରଖି ଗୋଟିଏ ପଏଣ୍ଟ୍‌ ହାତେଇଛି। ବୁଧବାର ମ୍ୟାଚ୍‌ ଜିତି ବିଜୟ ଧାରାକୁ ଫେରିବା ସହ ପ୍ଲେ ଅଫ୍‌ରେ ଖେଳିବା ଆଶା ରଖିଛି ଏହି ଦଳ। ଏହି ମ୍ୟାଚ୍‌ ଆମ ପାଇଁ ଗୁରୁତ୍ବ ପୂର୍ଣ୍ଣ। କାରଣ ଏହି ମ୍ୟାଚ୍‌ ଜିତିଲେ ଆମର ପଏଣ୍ଟ୍‌ ୯ରେ ପହଞ୍ଚିବ ଏବଂ ‌ପ୍ଲେ ଅଫ୍‌ରେ ଖେଳିବା ଆଶା ଉଜ୍ଜୀବିତ ରହିବ। ଏଥିପାଇଁ ଅମେ ମନ ଭିତରେଏହାକୁ ଗୁରୁତ୍ବ ପୂର୍ଣ୍ଣ ମ୍ୟାଚ୍‌ ବୋଲି ରଖିଲେ ମଧ୍ୟ ଚାପଗ୍ରସ୍ତ ନ ‌ହୋଇ ‌ପଡ଼ିଆକୁ ଓହ୍ଲାଇବୁ ବୋଲି କହିଛନ୍ତି ଓଡ଼ିଶା ଏଫ୍‌ସି ପ୍ରଶିକ୍ଷକ ଯୋଶେଫ ଗୋମ୍ବାଉ। ଆମ‌େ ଏବେ ପଏଣ୍ଟ୍‌ ତାଲିକାର ଶେଷରେ ରହିଛୁ। କାଲିର ମ୍ୟାଚ୍‌ ଜିତି ଏଥିରେ ଉନ୍ନତି ଆଣିବୁ ବୋଲି ଆଶା ରଖିଛି। ଦଳର ଫଳାଫଳ‌ରେ ଖେଳାଳିମାନେ ଅବସାଦ ଥିବା ମୁଁ ପ୍ରଶିକ୍ଷକ ଭାବେ ବିଶ୍ବାସ କରୁନି। କିନ୍ତୁ ସେମାନେ ଥାଇ ପାରନ୍ତି ବୋଲି କହିଛନ୍ତି ହାଇଦ୍ରାବାଦ ଏଫ୍‌ସି ପ୍ରଶିକ୍ଷକ ଫିଲ୍‌ ବ୍ରାଉନ୍‌।

ସମ୍ବନ୍ଧିତ ଖବର