ଓଡ଼ିଶା ଏଫ୍‌ସିର ପ୍ରତିଭା ଅନ୍ବେଷଣ

କଟକ: ଓଡ଼ିଶା ଏଫ୍‌ସି ପକ୍ଷରୁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ସତ୍ୟବ୍ରତ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି। ୧୩, ୧୫ ଓ ୧୮ ବର୍ଷରୁ କମ୍‌ ବୟସ ବର୍ଗରେ ପ୍ରାୟ ୩୦୦ ଖେଳାଳି ଏଥିରେ ଅ˚ଶଗ୍ରହଣ କରିଥିଲେ। ଖେଳାଳିମାନଙ୍କୁ ପରବର୍ତ୍ତୀ ଶିବିରକୁ ଚୟନ କରାଯିବ। ଭବିଷ୍ୟତରେ ଏମାନେ ଓଡ଼ିଶା ଏଫ୍‌ସିର କନିଷ୍ଠ ଦଳରେ ସ୍ଥାନ ପାଇପାରିବେ ବୋଲି ସୂଚନା ଦିଆଯାଇଛି। ୨୦୨୦-୨୧ ଋତୁରେ ଉପକନିଷ୍ଠ ଲିଗ୍‌, କନିଷ୍ଠ ଲିଗ୍‌ ଓ ଏଲିଟ୍‌ ଲିଗ୍‌ରେ ଏହି ବୟସ ବର୍ଗର ଦଳ ଅ˚ଶଗ୍ରହଣ କରିବେ। ଓଡ଼ିଶା ଏଫ୍‌ସିର ସହକାରୀ ପ୍ରଶିକ୍ଷକ ଥାଙ୍ଗବୋଇ ସିଙ୍ଗତୋ, ତୃଣମୂଳସ୍ତରୀୟ ପ୍ରଶିକ୍ଷକ ସୌରଭ ଭିର୍ଡି, ଶେଖ ଶାହାନଵାଜ ଆଲମ, ଐଶ୍ବର୍ଯ୍ୟାନ୍‌ ପିଲାଇ, ସହକାରୀ ତୃଣମୂଳସ୍ତରୀୟ ପ୍ରବନ୍ଧକ ଶୁଭମ୍‌ ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର