ବୋନସ ପଏଣ୍ଟ୍‌ରୁ ରଣଜୀ ଋତୁ, ଛତିଶଗଡ଼କୁ ‌େଗାଟିଏ ପାଳି ଓ ୩ ରନ୍‌ରେ ହରାଇଲା ଓଡ଼ିଶା

କଟକ: ବୋନସ ପଏଣ୍ଟ୍‌ ବିଜୟରୁ ଓଡ଼ିଶା ରଣଜୀ ଋତୁ ଆରମ୍ଭ ହୋଇଛି। ଛତିଶଗଡ଼ ବିପକ୍ଷରେ ଓଡ଼ିଶା ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇ ଏହି ଯଶ ଅର୍ଜନ କରିଛି। ଗୋଟିଏ ପାଳି ଓ ୩ ରନ୍‌ରେ ଛତିଶଗଡ଼କୁ ହରାଇ ୭ ପଏଣ୍ଟ୍‌ରେ ଖାତା ଖୋଲିଛି ଓଡ଼ିଶା। ଏହି ବିଜୟ ପଛରେ ଯୁବ ଦ୍ରୁତ ବୋଲର ରାଜେଶ ମହାନ୍ତି, ଅଭିଜ୍ଞ ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଵିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ ସୁଜିତ ଲେଙ୍କା ଓ ଅଲରାଉଣ୍ଡର୍‌ ବିପ୍ଲବ ସାମନ୍ତରାୟଙ୍କ ଭୂମିକା ଅଧିକ ରହିଛି। ଏହାପରେ ଓଡ଼ିଶା ୧୭ ତାରିଖରୁ ଦ୍ବିତୀୟ ମ୍ୟାଚ୍‌ରେ ସର୍ଭିସେସ୍ ବିପକ୍ଷରେ ଡ୍ରିମ୍ସ ପଡ଼ିଆରେ ଖେଳିବ।

ରାୟପୁରରେ ଖେଳା ଯାଇଥିବା ଏହି ମ୍ୟାଚ୍‌ର ଦ୍ବିତୀୟ ଦିନର ଅସମାପ୍ତ ସ୍କୋର ୪୫/୧ରୁ ଛତିଶଗଡ଼ ବୁଧବାର ଦ୍ବିତୀୟ ପାଳି ଆରମ୍ଭ କରିଥିଲା। ହେଲେ ଦିନର ପ୍ରଥମ ୬ ଓଭରରେ ଜୀବନଜ୍ୟୋତ ସି˚ହଙ୍କୁ ବସନ୍ତ ଆଉଟ୍‌ କରି ଦଳକୁ ଦ୍ବିତୀୟ ସଫଳତା ଦେଇଥିଲେ। ଏହାପରଠୁ ସୂର୍ଯ୍ୟକାନ୍ତ ପ୍ରଧାନ ଓ ରାଜେଶ ମହାନ୍ତି ବଳକା ଖେଳାଳିଙ୍କୁ ଜଣକ ପରେ ଜଣେ ପ୍ୟାଭିଲିଅନ୍‌ ରାସ୍ତା ଦେଖାଇଥିଲେ। ରାଜେଶ ତାଙ୍କ ବୋଲି˚ ମଧ୍ୟରେ ହରପ୍ରୀତ ସି˚ହ ଭାଟିଆ (୧୧), ଶଶାଙ୍କ ସି˚ହ (୦), ମନୋଜ ସି˚ହ (୪), ଅଜୟ ମଣ୍ଡଳ (୦) ଙ୍କୁ ଆଉଟ କରି ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଦ୍ବିତୀୟ ୧୦ ଵିକେଟ୍‌ ସଫଳତା ହାସଲ କରିଥିଲେ। ଆଶୁତୋଷ ସି˚ହ (୪୩), ଅମନଦୀପ ଖରେ (୦), ପୁନୀତ ଦତ୍ତେ (୦), ବୀରପ୍ରତାପ ସି˚ହ (୧)ଙ୍କୁ ସୂର୍ଯ୍ୟକାନ୍ତ ଶିକାର କରିଥିଲେ। ଛତିଶଗଡ଼ ୩୬.୪ ଓଭରରେ ୭୮ ରନ୍‌ କରି ସମସ୍ତ ଵିକେଟ୍‌ ହରାଇଥିଲା। ମ୍ୟାଚ୍‌ରେ ଓଡ଼ିଶା ଟସ୍‌ ଜିତି ବୋଲି˚ କରିଥିଲା ବେଳେ ଛତିଶଗଡ଼କୁ ପ୍ରଥମ ପାଳିରେ ୧୩୪ ରନ୍‌ରେ ରୋକିଥିଲା। ଏହା ଜବାବରେ ଓଡ଼ିଶା ପ୍ରଥମ ପାଳିରେ ଅଗ୍ରଣୀ ପାଇବା ସହ ୨୧୫ ରନ୍‌ ସ˚ଗ୍ରହ କରିଥିଲା।

ସ˚କ୍ଷିପ୍ତ ସ୍କୋର: ଛତିଶଗଡ଼ ପ୍ରଥମ ପାଳି ୧୩୪ (୫୨.୨ ଓଭର)। ଓଡ଼ିଶା ପ୍ରଥମ ପାଳି ୨୧୫/୯ (୭୬.୪)। ଛତିଶଗଡ଼ ଦ୍ବିତୀୟ ପାଳି ୭୮ (୩୬.୪ ଓଭର), ଆଶୁତୋଷ ସି˚ହ ୪୩, ରାଜେଶ ମହାନ୍ତି ୪/୧୯, ବସନ୍ତ ମହାନ୍ତି ୨/୨୩, ସୂର୍ଯ୍ୟକାନ୍ତ ପ୍ରଧାନ ୪/୩୪।

ରାଜେଶଙ୍କ ଦ୍ବିତୀୟ ୧୦ ଵିକେଟ୍‌
ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ରାଜେଶ ମହାନ୍ତି ଦ୍ବିତୀୟ ଥର ପାଇଁ ଗୋଟିଏ ମ୍ୟାଚ୍‌ରେ ୧୦ ଵିକେଟ୍‌ ସଫଳତା ପାଇଛନ୍ତି। ଛତିଶଗଡ଼ ବିପକ୍ଷ ମ୍ୟାଚ୍‌ର ଦ୍ବିତୀୟ ପାଳିରେ ଅଜୟ ମଣ୍ଡଳଙ୍କୁ ଆଉଟ କରି ରାଜେଶ ଏହି ସଫଳତା ନିଜ ନାମରେ ଲିପିବଦ୍ଧ କରିଥିଲେ। ଏହି ମ୍ୟାଚ୍‌ର ପ୍ରଥମ ପାଳିରେ ସେ ୪୭ରନ୍‌ ବ୍ୟୟ କରି ୬ ଵିକେଟ୍‌ ପାଇବା ସହ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ଏଥିପୂର୍ବରୁ ଆସାମ ବିପକ୍ଷରେ ଗତବର୍ଷ ଖେଳାଯାଇଥିବା ମ୍ୟାଚ୍‌ରେ ରାଜେଶ ପ୍ରଥମ ୧୦ ଵିକେଟ୍‌ ସଫଳତା ପାଇଥିଲେ। ଉକ୍ତ ମ୍ୟାଚ୍‌ର ପ୍ରଥମ ପାଳିରେ ରାଜେଶ ୩୧ ରନ୍‌ ଦେଇ ୫ ଵିକେଟ ଓ ଦ୍ବିତୀୟ ପାଳିରେ ୫୫ରନ୍‌ ବ୍ୟୟ କରି ୬ ଵିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର