ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ୧୫ରେ ଅଷ୍ଟ୍ରେଲିଆକୁ ଭେଟିବା ଲାଗି ଭାରତୀୟ ଯୁବ ଖେଳାଳିଙ୍କ ଲଢ଼ାଇ ଜାରି

ଭୁବନେଶ୍ୱର: ଫ୍ରାନ୍ସକୁ ୩-୦ରେ ପରାସ୍ତ କରି ବୁଧବାର ସେମିଫାଇନାଲରେ ପ୍ରବେଶ କରି ସାରିଥିବା ଅଷ୍ଟ୍ରେଲିଆକୁ ଆଗାମୀ ଡିସେମ୍ବର ୧୫ରେ କିଏ ମୁକାବିଲା ସେ ନେଇ କଳିଙ୍ଗ ଷ୍ଟାଡିୟମରେ ଦର୍ଶକ ଅପେକ୍ଷା କରିଛନ୍ତି। ଏଥି ପାଇଁ ଭାରତୀୟ ଟିମ୍‌ ନିଜର ସମସ୍ତ ରଣନୀତି ସହିତ ଲଢ଼ାଇ ଜାରି ରଖିଛି। ଚଳିତ ହକି ବିଶ୍ୱକପ୍‌ର ଅନ୍ୟତମ ୨ ଶକ୍ତିଶାଳୀ ଟିମ୍‌ ଭାରତ ଏବଂ ନେଦରଲାଣ୍ଡସ୍‌ ମଧ୍ୟରେ ମ୍ୟାଚ ଖେଳାଯାଉଛି।

ବହୁ ପ୍ରତୀକ୍ଷିତ ଏହି ହାଇଭୋଲଟେଜ୍‌ ମୁକାବିଲାରେ ବିଜୟୀ ଟିମ୍‌ ଅଷ୍ଟ୍ରେଲିଆକୁ ଭେଟିବ। ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣରେ ଭାରତ ଆରମ୍ଭରୁ ଏପର୍ଯ୍ୟନ୍ତ ଉନ୍ନତ ପ୍ରଦର୍ଶନ କରି ଆସିଥିବାରୁ କଳିଙ୍ଗ ଷ୍ଟାଡିୟମ୍‌ର ହକି ଗ୍ରାଉଣ୍ଡରେ ଖେଳାଳିମାନଙ୍କ ଠାରୁ ଭାରତୀୟ ଦର୍ଶକ ଓ ହକିପ୍ରେମୀ ଅନେକ କିଛି ଆଶା କରୁଛନ୍ତି।

ହକି ପ୍ରେମୀଙ୍କ ଆଶା ଯେ, ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ବଳରେ କଳିଙ୍ଗ ହକି ଗ୍ରାଉଣ୍ଡ ‘ଜୟ ହିନ୍ଦ ଜୟ ଇଣ୍ଡିଆ’ ଗାନରେ ଗୁଣୁ ଗୁଣୁ ହେବ। ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଦର୍ଶକ-ପ୍ରଶଂସକ ପ୍ରସ୍ତୁତ ଅଛନ୍ତି।

ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ବେଲଜିୟମ ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରି ସେମିଫାଇନାଲକୁ ପ୍ରବେଶ କରିଛି। ବେଲଜିୟମ-ଇଂଲଣ୍ଡ ମଧ୍ୟରେ ଡିସେମ୍ବର ୧୫ରେ ଏକ ସେମିଫାଇନାଲ ମ୍ୟାଚ ଖେଳାଯିବ।

 

ସମ୍ବନ୍ଧିତ ଖବର