ଓଡ଼ିଶା ପୁରୁଷ ହକି ବିଶ୍ୱକପ: ରୋମାଂଚକ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ନେଦରଲାଣ୍ଡସ୍
ଆସନ୍ତାକାଲି ରାତି ୭ଟାରେ ବେଲଜିୟମ-ନେଦରଲାଣ୍ଡସ୍ ଫାଇନାଲ ମ୍ୟାଚ୍
ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଶନିବାର ରୋମାଞ୍ଚକ ହୋଇଛି। ଅଷ୍ଟ୍ରେଲିଆ ଏବଂ ନେଦରଲାଣ୍ଡସ୍ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ ୨-୨ ଗୋଲରେ ସମାପ୍ତ ହେବା ପରେ ପେନାଲ୍ଟି ସୁଟ୍ଆଉଟ୍ର ସହାୟତା ନିଆଯାଇଛି। ପେନାଲ୍ଟି ସୁଟ୍ଆଉଟ୍ରେ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ନେଦରଲାଣ୍ଡସ୍ ପରାସ୍ତ କରି ଫାଇନାଲରେ ପହଞ୍ଚିଛି।
Sambad is now on WhatsApp
Join and get latest news updates delivered to you via WhatsApp
? | LIVE | What a game! What a result! Take a bow, guys. @oranjehockey @Kookaburras #HWC2018 #Odisha2018
?? #AUSvNED ?? pic.twitter.com/2Ev34h46Xt— Hockey World Cup 2018 – Host Partner (@sports_odisha) December 15, 2018
ଡିସେମ୍ବର ୧୬ରେ ଫାଇନାଲ ମ୍ୟାଚରେ ବେଲଜିୟମକୁ ରବିବାର ରାତି ୭ଟାରେ ନେଦରଲାଣ୍ଡସ୍ ମୁକାବିଲା କରିବ। ଦର୍ଶକ ପୂର୍ଣ୍ଣ କଳିଙ୍ଗ ହକି ଗ୍ରାଉଣ୍ଡରେ ବେଲଜିୟମ୍ ଠାରୁ ୬-୦ ଗୋଲରେ ପରାସ୍ତ ହେବା ପରେ ମଧ୍ୟ ଇଂଲଣ୍ଡର ବିଶ୍ୱକପ୍ ଅଭିଯାନ ଶେଷ ହୋଇ ନାହିଁ। ଇଂଲଣ୍ଡ ରବିବାର ଫାଇନାଲ ମ୍ୟାଚ ପୂର୍ବରୁ ଅପରାହ୍ନ ୪ଟା ୩୦ରେ ୩ୟ ସ୍ଥାନ ପାଇଁ ଅଷ୍ଟ୍ରେଲିଆକୁ ମୁକାବିଲା କରିବ।
ପ୍ରଥମ ସେମିଫାଇନାଲ ମ୍ୟାଚରେ ବେଲଜିୟମ ଆଜି ୬-୦ ଗୋଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ପୂର୍ବରୁ ରଣନୀତି ପ୍ରସ୍ତୁତ କରିଥିବା ବେଲଜିୟମ୍ ପ୍ରଥମ କ୍ୱାର୍ଟରରେ ଗୋଟିଏ ଗୋଲ ଦେଇଥିବା ବେଳେ ଦ୍ୱିତୀୟ କ୍ୱାର୍ଟରରେ ପୁଣି ଏକ ଗୋଲ ଦେଇ ଥିଲା। ବେଲଜିୟମ୍ର ଖେଳାଳିମାନେ ୩ୟ କ୍ୱାର୍ଟର ବେଳକୁ ଆହୁରି ଆକ୍ରମଣତ୍ମକ ହୋଇ ଯାଇଥିଲେ। ତୃତୀୟ କ୍ୱାର୍ଟରେ ପୁଣି ୨ଟି ଗୋଲ ଦେଇ ମ୍ୟାଚକୁ ୪-୦ରେ ଅଗ୍ରଣୀଲାଭ କରିଥିଲେ। ଶେଷରେ ଇଂଲଣ୍ଡକୁ ୬-୦ ଗୋଲରେ ପରାସ୍ତ କରି ହକି ବିଶ୍ୱକପ୍ର ଚତୁର୍ଦ୍ଦଶ ସଂସ୍କରଣର ଫାଇନାଲରେ ପହଞ୍ଚିଛି।