ଓଡ଼ିଶା ପୁରୁଷ ହକି ବିଶ୍ୱକପ୍: ୭ମ ଦିନରେ ୫ ଗୋଲ, ଆସନ୍ତାକାଲି ପାକିସ୍ତାନକୁ ଭେଟିବ ମାଲେସିଆ
‘ପୁଲ-ଡି’ ସନ୍ଧ୍ୟା ମ୍ୟାଚରେ ଜର୍ମାନୀକୁ ଭେଟିବ ନେଦରଲାଣ୍ଡ
ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ୭ମ ଦିନରେ ୨ଟି ମ୍ୟାଚ ଖେଳାଯାଇଥିବା ବେଳେ ଆୟରଲାଣ୍ଡ, ଚୀନ ଓ ଅଷ୍ଟ୍ରେଲିଆ ଖେଳାଳିମାନେ ୫ଟି ଗୋଲ ଦେଇଥିଲେ। ଆଜିର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ୩ଟି ଗୋଲ ଦେଇ ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଜିତିଥିବା ବେଳେ ଆୟରଲାଣ୍ଡ ଓ ଚୀନ ମଧ୍ୟରେ ରାତି ଖେଳାଯାଇଥିବା ମ୍ୟାଚ ୧-୧ ଗୋଲରେ ଡ୍ର ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
‘ପୁଲ-ଡି’ରେ ବୁଧବାର ସନ୍ଧ୍ୟା ୫ଟାରେ ଜର୍ମାନୀ ଓ ନେଦରଲାଣ୍ଡ ମଧ୍ୟରେ ମୁକାବିଲା ହେବ। ସେହିପରି ରାତି ୭ଟାରେ ମାଲେସିଆକୁ ପାକିସ୍ତାନ ଟକ୍କର ଦେବ।
‘ପୁଲ-ବି’ର ୪ର୍ଥ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ଥିବାରୁ ଷ୍ଟାଡିୟମରେ ଦର୍ଶକମାନେ ଅଧିକ ଉତ୍ସାହିତ ଦେଖାଯାଇଛନ୍ତି। ଆୟରଲାଣ୍ଡ ପକ୍ଷରୁ ଆଲାନ ସଟହେରିନ ଗୋଲ ଦେଇଥିବା ବେଳେ ଚୀନର ଗୁଓ ଜିନ୍ ଏକ ଗୋଲ ଦେଇ ମ୍ୟାଚ୍ ସମାନ ସ୍ତରକୁ ଆଣିଥିଲେ।
ବିଶ୍ୱକପ୍ର ତ୍ରୟୋଦଶ ମ୍ୟାଚରେ ଆଜି ଇଂଲଣ୍ଡ ବିରୋଧରେ ଅଷ୍ଟ୍ରେଲିଆ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲା। ସନ୍ଧ୍ୟା ୫ଟାରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୩-୦ରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଜିତିବା ପାଇଁ ଅଷ୍ଟ୍ରେଲିଆ ପୂର୍ବରୁ ହିଁ ରଣନୀତି ପ୍ରସ୍ତୁତ କରିଥିଲା। ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ୨-୧ ଗୋଲରେ ଆୟରଲାଣ୍ଡକୁ ପରାସ୍ତ କରିଥିବା ବେଳେ ବିଜୟ କ୍ରମ ଜାରି ରଖିଛି।