ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ପ୍ରାଧାନ୍ୟ ବିସ୍ତାର, ୩-୦ରେ ବିଜୟୀ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ତ୍ରୟୋଦଶ ମ୍ୟାଚରେ ଇଂଲଣ୍ଡ ବିରୋଧରେ ଅଷ୍ଟ୍ରେଲିଆ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ୩-୦ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି। ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଜିତିବା ପାଇଁ ଅଷ୍ଟ୍ରେଲିଆ ପୂର୍ବରୁ ହିଁ ରଣନୀତି ପ୍ରସ୍ତୁତ କରିଥିଲା। ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ୨-୧ ଗୋଲରେ ଆୟରଲାଣ୍ଡକୁ ପରାସ୍ତ କରିଥିବା ବେଳେ ବିଜୟ କ୍ରମ ଜାରି ରଖିଛି।

ଆଜି ରାତି ୭ଟାରେ କଳିଙ୍ଗ ହକି ଗ୍ରାଉଣ୍ଡରେ ଚଳିତ ବିଶ୍ୱକପ୍‌ର ୧୪ତମ ମ୍ୟାଚ ଖେଳାଯିବ। ‘ପୁଲ-ବି’ର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆୟରଲାଣ୍ଡକୁ ଚୀନ ଭେଟିବ। ପୂର୍ବରୁ ଅଷ୍ଟ୍ରେଲିଆ ଠାରୁ ଆୟରଲାଣ୍ଡ ୨-୧ ଗୋଲରେ ପରାସ୍ତ ହୋଇଥିଲା। ସେହିପରି ଚୀନ ପ୍ରଥମ ଥର ବିଶ୍ୱକପରେ ପଦାର୍ପଣ କରିଥିଲେ ମଧ୍ୟ ଇଂଲଣ୍ଡକୁ କଡ଼ା ମୁକାବିଲା କରି ନଭେମ୍ବର ୩୦ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚକୁ ୨-୨ ଗୋଲରେ ଡ୍ର କରିଥିଲା।

ସମ୍ବନ୍ଧିତ ଖବର