ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଫ୍ରାନ୍ସ ୫-୩ରେ ଆର୍ଜେଣ୍ଟିନା ବିପକ୍ଷରେ ବିଜୟୀ

ଭୁବନେଶ୍ୱର: ହକି ବିଶ୍ୱକପ୍‌ର ୯ମ ଦିନରେ ଗୁରୁବାର ଦ୍ୱିତୀୟ ମ୍ୟାଚରେ ଶକ୍ତିଶାଳୀ ଫ୍ରାନ୍ସ ୫-୩ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ୧୮ତମ ମ୍ୟାଚରେ ଫ୍ରାନ୍ସର ଖେଳାଳିମାନେ ପୂର୍ବରୁ ହିଁ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲେ।

ଗତ ନଭେମ୍ବର ୨୯ରେ ଆର୍ଜେଣ୍ଟିନା ୪-୩ ଗୋଲରେ ସ୍ପେନକୁ ପରାସ୍ତ କରିଥିବା ବେଳେ ଡିସେମ୍ବର ୩ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ରେ ବିଜୟୀ ହୋଇଥିଲା।  ସେହିପରି ଫ୍ରାନ୍ସ ୨-୧ ଗୋଲରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିବା ବେଳେ ଡିସେମ୍ବର ୩ ମ୍ୟାଚରେ ସ୍ପେନ ସହିତ ୧-୧ ଗୋଲ କରିଥିଲା।

ଆଜି ସ୍ପେନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳା ଯାଇଥିଲା।  ପୁଲ-ଏ ମ୍ୟାଚରେ ସ୍ପେନ୍‌ ଆରମ୍ଭରୁ ହିଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆକ୍ରମଣାତ୍ମକ ଖେଳିଥିଲା। ମାତ୍ର ୩ୟ ଓ ୪ର୍ଥ କ୍ୱାର୍ଟରରେ ନ୍ୟୁଜିଲାଣ୍ଡର ଖେଳାଳିମାନେ ସକ୍ରିୟ ହୋଇଥିଲେ। ଫଳରେ ଏହି ରୋମାଞ୍ଚକ ମ୍ୟାଚ୍‌ ୨-୨ ଗୋଲରେ ଡ୍ର ହୋଇଥିଲା।

 

ସମ୍ବନ୍ଧିତ ଖବର