ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: କାନାଡା-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଜାରି, ବେଲଜିୟମ୍‌କୁ ଭେଟିବ ଭାରତ

ଭୁବନେଶ୍ୱର: ‘ପୁଲ-ସି’ରେ କାନାଡା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହକି ବିଶ୍ୱକପ୍‌ର ୯ମ ମ୍ୟାଚ୍‌ ଜାରିଥିବା ବେଳେ ଭାରତୀୟ ଟିମ୍‌ ରବିବାର ରାତି ବିଶ୍ୱର ୩ ନମ୍ବର ଟିମ୍‌ ବେଲଜିୟମକୁ ଭେଟିବ। କଳିଙ୍ଗ ଷ୍ଟାଡିୟମର ହକି ଗ୍ରାଉଣ୍ଡରେ ନିଜର ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୫-୦ ଗୋଲରେ ପରାସ୍ତ କରିଥିବା ଭାରାତ ପୂର୍ବଦିନ ଭଳି ରଣନୀତି ପ୍ରସ୍ତୁତ କରିବ।

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ ଭାରତ ବିଜୟ ଅଭିଯାନ ଜାରି ରଖିବାକୁ ଉଦ୍ୟମ କରିବ। ଅନ୍ୟପଟରେ ବେଲଜିୟମ ମଧ୍ୟ ଭାରତକୁ କଡ଼ା ଚ୍ୟାଲେଞ୍ଜ କରିବା ପାଇଁ ପଛଘୁଞ୍ଚା ଦେବ ନାହିଁ। ହକି ବିଶ୍ୱକପ୍‌ରେ ବେଲଜିୟମ ମଧ୍ୟ ଦୁର୍ବଳ ଟିମ ନୁହେଁ, ଯିଏ କି ନିଜର ପ୍ରଥମ ମ୍ୟାଚରେ ବେଲଜିୟମ ୨-୧ଗୋଲରେ କାନାଡାକୁ ପରାସ୍ତ କରିଥିଲା।

ଅନ୍ୟପଟରେ କୁହାଯାଇପାରିବ ଯେ, ରିଓ ଅଲମ୍ପିକ୍‌ର ରୌପ୍ୟ ପଦକ ବିଜେତା ବେଲଜିୟମ ଟିମ କାନାଡାକୁ ଯଦିଓ ୨-୧ ଗୋଲରେ ପରାସ୍ତ କରିଥିଲା, ତଥାପି ପ୍ରଦର୍ଶନ ଆଶାନୁରୂପକ ନ ଥିଲା। ଅଲମ୍ପିକ୍‌ରେ ୮ ଥର ଚାମ୍ପିଅନ ଭାରତ କେବଳ ୧୯୭୫ ବିଶ୍ୱକପ ଜିତିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଖେଳାଳିମାନେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ମନନ୍ଦୀପ ସିଂହ, ସିମରନଜିତ ସିଂହ, ଆକାଶଦୀପ ସିଂହ ଏବଂ ଲଳିତ ଉପାଧ୍ୟାୟ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ। ସିମରନଜିତ ସିଂହ ୨ଟି ଗୋଲ ଦେଇଥିବା ବେଳେ ଅନ୍ୟମାାନେ ୧-୧ ଗୋଲ ଦେଇଥିଲେ।

ସମ୍ବନ୍ଧିତ ଖବର