ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଆୟରଲାଣ୍ଡ-ଚୀନ ମ୍ୟାଚ୍‌ ୧-୧ରେ ଡ୍ର

ଭୁବନେଶ୍ୱର: ଆୟରଲାଣ୍ଡ ଓ ଚୀନ ମଧ୍ୟରେ ମଙ୍ଗଳବାର ରାତିର ମ୍ୟାଚ ୧-୧ ଗୋଲରେ ଡ୍ର ହୋଇଛି। ‘ପୁଲ-ବି’ର ୪ର୍ଥ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ଥିବାରୁ ଷ୍ଟାଡିୟମରେ ଦର୍ଶକମାନେ ଅଧିକ ଉତ୍ସାହିତ ଦେଖାଯାଇଛନ୍ତି। ଆୟରଲାଣ୍ଡ ପକ୍ଷରୁ ଆଲାନ ସଟହେରିନ ଗୋଲ ଦେଇଥିବା ବେଳେ ଚୀନର ଗୁଓ ଜିନ୍‌ ଏକ ଗୋଲ ଦେଇ ମ୍ୟାଚ୍‌ ସମାନ ସ୍ତରକୁ ଆଣିଥିଲେ।

ଚଳିତ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଠାରୁ ଆୟରଲାଣ୍ଡ ନିଜର ପ୍ରଥମ ମୁକାବିଲାରେ ୨-୧ ଗୋଲରେ ପରାସ୍ତ ହୋଇଥିଲା। ସେହିପରି ଚୀନ ପ୍ରଥମ ଥର ବିଶ୍ୱକପରେ ପଦାର୍ପଣ କରି ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ କଡ଼ା ମୁକାବିଲା କରିଥିଲା। ଗତ ନଭେମ୍ବର ୩୦ର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚକୁ ଚିନ ୨-୨ରେ ଡ୍ର କରିଥିଲା।

ବିଶ୍ୱକପ୍‌ର ତ୍ରୟୋଦଶ ମ୍ୟାଚରେ ଆଜି ଇଂଲଣ୍ଡ ବିରୋଧରେ ଅଷ୍ଟ୍ରେଲିଆ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲା। ସନ୍ଧ୍ୟା ୫ଟାରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୩-୦ରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଜିତିବା ପାଇଁ ଅଷ୍ଟ୍ରେଲିଆ ପୂର୍ବରୁ ହିଁ ରଣନୀତି ପ୍ରସ୍ତୁତ କରିଥିଲା। ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ୨-୧ ଗୋଲରେ ଆୟରଲାଣ୍ଡକୁ ପରାସ୍ତ କରିଥିବା ବେଳେ ବିଜୟ କ୍ରମ ଜାରି ରଖିଛି।

ସମ୍ବନ୍ଧିତ ଖବର