ଓଡ଼ିଶା ପୁରୁଷ ହକି ବିଶ୍ୱକପ: ଆସନ୍ତାକାଲି ରାତି ୭ଟାରେ ବେଲଜିୟମ୍-ନେଦରଲାଣ୍ଡସ୍ ଫାଇନାଲ ମ୍ୟାଚ୍
କାଂସ୍ୟ ପଦକ ପାଇଁ ଲଢ଼ିବେ ଇଂଲଣ୍ଡ-ଅଷ୍ଟ୍ରେଲିଆ
ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ଫାଇନାଲ ମ୍ୟାଚ ରବିବାର ରାତି ୭ଟାରେ ଖେଳାଯିବ। ବେଲଜିୟମ ଏବଂ ନେଦରଲାଣ୍ଡସ୍ ମଧ୍ୟରେ ଏହି ମୁକାବିଲା ହେବ। ସେହିପରି ଅପରାହ୍ନ ୪ଟା ୩୦ରେ କାଂସ୍ୟପଦକ ପାଇଁ ଇଂଲଣ୍ଡକୁ ଅଷ୍ଟ୍ରେଲିଆ ଭେଟିବ। ଅଷ୍ଟ୍ରେଲିଆ ଏବଂ ନେଦରଲାଣ୍ଡସ୍ ମଧ୍ୟରେ ଶନିବାର ରାତି ୭ଟାରେ ଖେଳାଯାଇଥିବା ମ୍ୟାଚ ୨-୨ ଗୋଲରେ ସମାପ୍ତ ହେବା ପରେ ପେନାଲ୍ଟି ସୁଟ୍ଆଉଟ୍ର ସହାୟତା ନିଆଯାଇ ଥିଲା। ଏଥିରେ ଅଷ୍ଟ୍ରେଲିଆକୁ ୪-୩ ସୁଟ୍ଆଉଟ୍ରେ ନେଦରଲାଣ୍ଡସ୍ ପରାସ୍ତ କରି ଫାଇନାଲକୁ ଦ୍ୱିତୀୟ ଦଳ ଭାବରେ ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦର୍ଶକପୂର୍ଣ୍ଣ କଳିଙ୍ଗ ହକି ଗ୍ରାଉଣ୍ଡରେ ବେଲଜିୟମ୍ ଠାରୁ ୬-୦ ଗୋଲରେ ପରାସ୍ତ ହେବା ପରେ ମଧ୍ୟ ଇଂଲଣ୍ଡର ବିଶ୍ୱକପ୍ ଅଭିଯାନ ଶେଷ ହୋଇ ନାହିଁ। ଇଂଲଣ୍ଡ ରବିବାର ଫାଇନାଲ ମ୍ୟାଚ ପୂର୍ବରୁ ଅପରାହ୍ନ ୪ଟା ୩୦ରେ ୩ୟ ସ୍ଥାନ ପାଇଁ ଅଷ୍ଟ୍ରେଲିଆକୁ ମୁକାବିଲା କରିବ।
ପ୍ରଥମ ସେମିଫାଇନାଲ ମ୍ୟାଚରେ ବିଶ୍ୱ ମାନ୍ୟତାରେ ୩ୟ ସ୍ଥାନ ହାସଲ କରିଥିବା ବେଲଜିୟମ ଆଜି ଏକ ତରଫା ଭାବରେ ୬-୦ ଗୋଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ପୂର୍ବରୁ ରଣନୀତି ପ୍ରସ୍ତୁତ କରିଥିବା ବେଲଜିୟମ୍ ପ୍ରଥମ କ୍ୱାର୍ଟରରେ ଗୋଟିଏ ଗୋଲ ଦେଇଥିବା ବେଳେ ଦ୍ୱିତୀୟ କ୍ୱାର୍ଟରରେ ପୁଣି ଏକ ଗୋଲ ଦେଇ ଥିଲା। ବେଲଜିୟମ୍ର ଖେଳାଳିମାନେ ୩ୟ କ୍ୱାର୍ଟର ବେଳକୁ ଆହୁରି ଆକ୍ରମଣତ୍ମକ ହୋଇ ଯାଇଥିଲେ। ତୃତୀୟ କ୍ୱାର୍ଟରେ ପୁଣି ୨ଟି ଗୋଲ ଦେଇ ମ୍ୟାଚକୁ ୪-୦ରେ ଅଗ୍ରଣୀଲାଭ କରିଥିଲେ। ଶେଷରେ ଇଂଲଣ୍ଡକୁ ୬-୦ ଗୋଲରେ ପରାସ୍ତ କରି ହକି ବିଶ୍ୱକପ୍ର ଚତୁର୍ଦ୍ଦଶ ସଂସ୍କରଣର ଫାଇନାଲରେ ପହଞ୍ଚିଛି।