ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ୫ମ ଦିନରେ ୬ ଗୋଲ, ପଏଣ୍ଟ ଭାଗ କଲେ ୪ ଟିମ୍‌

ଆସନ୍ତାକାଲି ପୁଲ-ଏ ମୁକାବିଲାରେ ସ୍ପେନ୍‌କୁ ଭେଟିବ ଫ୍ରାନ୍ସ, ନ୍ୟୁଜିଲାଣ୍ଡ-ଆର୍ଜେଣ୍ଟିନା ମଧ୍ୟରେ ହେବ ଲଢ଼େଇ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ରବିବାର ୨ଟି ମ୍ୟାଚରେ ୬ଟି ଗୋଲ ହୋଇଛି। ପ୍ରଥମ ମ୍ୟାଚରେ କାନାଡା-ଦକ୍ଷିଣ ଆଫ୍ରିକା ୧-୧ ଗୋଲ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଭାରତ ଓ ବେଲଜିୟମ୍‌ ଟିମ୍‌ ବିରୋଧରେ ୨-୨ ଗୋଲ ଦେଇଛନ୍ତି। ହକି ବିଶ୍ୱକପ୍‌ର ୬ଷ୍ଠ ଦିନରେ ‘ପୁଲ-ଏ’ର ପ୍ରଥମ ମ୍ୟାଚ ସ୍ପେନ ଏବଂ ଫ୍ରାନ୍ସ ମଧ୍ୟରେ ମୁକାବିଲା ହେବ। ସେହିଭଳି ସନ୍ଧ୍ୟା ୭ଟାରେ ନ୍ୟୁଜିଲାଣ୍ଡକୁ ଆର୍ଜେଣ୍ଟିନା ଭେଟିବ।

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ ଭାରତ ବେଲଜିୟମ ମଧ୍ୟରେ ରବିବାର ଖେଳାଯାଇଥିବା ମ୍ୟାଚ ରୋମାଞ୍ଚକ ଦେଖିବାକୁ ମିଳିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୧୦ମ ମ୍ୟାଚର ପ୍ରଥମ ୨ଟି କ୍ୱାର୍ଟରରେ କୌଣସି ଗୋଲ ହୋଇ ନଥିଲା। ଭାରତ ୩ୟ କ୍ୱାର୍ଟରରେ ୨ଟି ଗୋଲ ଦେଇଥିବା ବେଳେ ଏହାକୁ ବେଲଜିୟମ ୩ୟ ଏବଂ ୪ର୍ଥ କ୍ୱାର୍ଟରରେ ସମାନ ସ୍ତରକୁ ଆଣିଥିଲା। ଫଳରେ ଏହି ମ୍ୟାଚ ଡ୍ର ହୋଇଛି। ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣର ୫ମ ଦିନରେ କଳିଙ୍ଗ ହକି ଗ୍ରାଉଣ୍ଡର ଗ୍ୟାଲିରରେ ଦର୍ଶକମାନେ ରୋମାଞ୍ଚକ ମ୍ୟାଚକୁ ଉପଭୋଗ କରିଥିଲେ।

ଆଜିର ପ୍ରଥମ ମ୍ୟାଚ କାନାଡା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରୋମାଞ୍ଚକର ହୋଇଥିଲା। ଉଭୟ ଦେଶର ଖେଳାଳିମାନେ ଲଢୁଆ ମନୋଭାବ ନେଇ ଖେଳିଥିଲେ। ଏହି ମ୍ୟାଚ ୧-୧ ଗୋଲରେ ଡ୍ର ହେବା ଫଳରେ କୌଣସି ନିସ୍କର୍ଷ ବାହାରି ନ ଥିଲା। କଳିଙ୍ଗ ଷ୍ଟାଡିୟମର ହକି ଗ୍ରାଉଣ୍ଡରେ ‘ପୁଲ-ସି’ର ୩ୟ ମ୍ୟାଚ୍‌ରେ ଉଭୟ ଦଳର ଖେଳାଳିମାନେ ଲଢୁଆ ପ୍ରଦର୍ଶନ କରିଥିଲେ। କାରଣ ୨ ଦେଶର ଖେଳାଳିମାନେ ପୂର୍ବରୁ ରଣନୀତି ପ୍ରସ୍ତୁତ କରିଥିଲେ। ପ୍ରଥମ ୨ଟି କ୍ୱାର୍ଟରେ କୌଣସି ଗୋଲ୍‌ ହୋଇ ନଥିବାରୁ ଦର୍ଶକମାନେ ଅଧିକ ଉତ୍ସାହିତ ଦେଖାଯାଇଥିଲେ। ୩ୟ କ୍ୱାର୍ଟର ଅନ୍ତିମ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରାକ ଗୋଲ ଦେବାର ଖୁବ୍‌ ଅଳ୍ପ ସମୟ ମଧ୍ୟରେ କାନାଡା ଏହାକୁ ସମାନ ସ୍ତରକୁ ଆଣିଥିଲା। ଶେଷ କ୍ୱାର୍ଟରରେ କୌଣସି ଗୋଲ ହୋଇ ନଥିଲା।

ସମ୍ବନ୍ଧିତ ଖବର