ଅନ୍ତର୍ଜାତୀୟ କ୍ରୀଡ଼ା କ୍ୟାଲେଣ୍ଡରରେ ଓଡ଼ିଶା

ଭୁବନେଶ୍ୱର: କ୍ରୀଡ଼ା ପ୍ରେମୀ କେରଳୀ ପ୍ରଫେସର ଏମ୍‌ସି ବଶିଷ୍ଟ ପୁଣି ନୂଆ ପ୍ରୟାସ କରିଛନ୍ତି। ପ୍ରତି ପ୍ରମୁଖ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବଶିଷ୍ଟ ୨୦୧୮ ମସିହା ପାଇଁ ପ୍ରସ୍ତୁତ କରୁଥିବା କ୍ୟାଲେଣ୍ଡର୍‌ରେ ଭୁବନେଶ୍ୱରକୁ ଆକର୍ଷଣୀୟ ଭାବେ ସ୍ଥାନ ଦେଇଛନ୍ତି। ୨୦୧୮ ନଭେମ୍ବର-ଡିସେମ୍ବରରେ ହକି ବିଶ୍ୱକପ୍‌ ଆୟୋଜନ କରୁଥିବା ଓଡ଼ିଶା ସରକାରଙ୍କ କ୍ୟାଲେଣ୍ଡରକୁ ବି ଏହା ବଳିଯାଇଛି। ମୁଁ ଅନ୍ତର୍ଜାତୀୟ ପ୍ରତିଯୋଗିତା ଗୁଡ଼ିକୁ ପ୍ରାଥମିକତା ଦେଇଥାଏ ବୋଲି ‘ସମ୍ବାଦ’କୁ କହିଛନ୍ତି ବଶିଷ୍ଟ। ସୂଚନାଯୋଗ୍ୟ, ବିଦାୟୀ ବର୍ଷ ହକି ବିଶ୍ୱ ଲିଗ୍‌ ଫାଇନାଲ୍‌କୁ ସଫଳତାର ସହ ଆୟୋଜନ କରିଥିବା ଓଡ଼ିଶା ୨୦୧୮ ନଭେମ୍ବର ୨୬ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ବିଶ୍ୱକପ୍‌ ଆୟୋଜନ କରିବ। ଏଥିରେ ମୋଟ ୧୬ ଦେଶ ଭାଗନେବେ।

ସମ୍ବନ୍ଧିତ ଖବର