ମଣିପୁରକୁ ହରାଇ କ୍ୱାର୍ଟରରେ ଓଡ଼ିଶା: ୨୩ ବର୍ଷରୁ କମ୍‌ ଦିନିକିଆ

ଭୁବନେଶ୍ୱର: ଉତ୍ତରପ୍ରଦେଶର କାନପୁରରେ ଚାଲିଥିବା ୨୩ ବର୍ଷରୁ କମ୍‌ ଜାତୀୟ ନକ୍‌ ଆଉଟ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ଦଳ କ୍ୱାର୍ଟରଫାଇନାଲ୍‌ରେ ପ୍ରବେଶ କରିବାର ସୁଯୋଗ ପାଇଛି। ମଙ୍ଗଳବାର ଶୁଭ୍ରାଂଶୁ ସେନାପତିଙ୍କ ଦଳ ୭ ଓ୍ଵିକେଟ୍‌ରେ ମଣିପୁରକୁ ପରାସ୍ତ କରି ଏହି ଯୋଗ୍ୟତା ଅର୍ଜନ କରିଛି। ଶୁକ୍ରବାର ଓଡ଼ିଶା କ୍ୱାର୍ଟରଫାଇନାଲ୍‌ରେ ପଞ୍ଜାବକୁ ଭେଟିବ। ମଙ୍ଗଳବାର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମଣିପୁର ୪୫.୫ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ କରିଥିଲା ମାତ୍ର ୧୨୩ ରନ୍‌। ଦଳ ପକ୍ଷରୁ ଲାଙ୍ଗଲୋନ୍ୟାମ୍ବା ସର୍ବାଧିକ ୨୭ ରନ୍‌, ରାହୁଲ ୨୩ ରନ୍‌ କରିଥିଲେ।

ଓଡ଼ିଶା ପକ୍ଷରୁ ଦ୍ରତ ବୋଲର୍‌ ଦେବବ୍ରତ ପ୍ରଧାନ ୧୦ ଓଭରରେ ୩୨ ରନ୍‌ ଦେଇ ୪ ଓ୍ଵିକେଟ୍‌ ନେଇଥିବାବେଳେ ରାଜକିଷନ୍‌ ପଟେଲ୍‌ ୧୦ ଓଭରରେ ୨୨ ରନ୍‌ ବିନିମୟରେ ୩ ଓ୍ଵିକେଟ୍‌ ନେଇଥିଲେ। ଆଶୁତୋଷ ଦାସ, ଅମ୍ରିତ ଖଟୁଆ ଏବଂ ଦେବେନ୍ଦ୍ର କଅଁର ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଓଡ଼ିଶା ୧୯ ଓଭରରେ ୩ ଓ୍ଵିକେଟ୍‌ ବିନିମୟରେ ୧୨୬ ରନ୍‌ ସଂଗ୍ରହ କରି ନେଇଥିଲେ। ରାଜେଶ ଧୂପର (୨୯, ୨୪ ବଲ୍‌, ୬ ଚୌକା) ଏବଂ ଅମ୍ରିତ ଖଟୁଆ (୪୦*, ୪୯ ବଲ୍‌, ୪ ଚୌକା) ପ୍ରଥମ ଓ୍ଵିକେଟ୍‌ ପାଇଁ ଅର୍ଧଶତକ (୫୩ ରନ୍‌) ଉଠାଇବା ପରେ ରଂଜିତ ପାଇକରାୟ (୨୬, ୨୪ ବଲ୍‌, ୩ ଚୌକା, ୧ ଛକା) ଏବଂ ଦେବେନ୍ଦ୍ର କଅଁର (୧୫*, ୧୭ ବଲ୍‌, ୩ ଚୌକା) ବିଜୟରେ ନିଜ ଯୋଗଦାନ ରଖିଥିଲେ।

ସମ୍ବନ୍ଧିତ ଖବର