ରଣଜୀ ଟ୍ରଫି: ଓଡ଼ିଶା ଅଡୁଆରେ

ଭୁବନେଶ୍ବର: କିଟ୍ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ହରିଆଣା ବିପକ୍ଷରେ ଓଡ଼ିଶା ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛି। ମ୍ୟାଚ୍ ବଞ୍ଚାଇବା ପାଇଁ ଘରୋଇ ଦଳକୁ ରବିବାର ଶେଷ ଦିନ ସମ୍ପୂର୍ଣ୍ଣ ବ୍ୟାଟିଂ କରିବାର ଅଛି। ପ୍ରଥମ ପାଳିରେ ଓଡ଼ିଶା ୧୧୮ ରନ୍ ପଛରେ ରହିଥିବା ବେଳେ ଶନିବାର ତୃତୀୟ ଦିନ ଶେଷ ସୁଦ୍ଧା ଦ୍ବିତୀୟ ପାଳିରେ ୫୦ ରନ୍‌ରେ ୧ ୱିକେଟ୍ ହରାଇଛି।

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୩୨୪ (ଅନୁରାଗ ଷଡ଼ଙ୍ଗୀ, ୧୧୪, ଶାନ୍ତନୁ ମିଶ୍ର-୭୧, ଦେବବ୍ରତ ପ୍ରଧାନ-୩୬, ଟିନୁ କୁଣ୍ଡୁ-୪/୪୪, ମୋହିତ ଶର୍ମା-୨/୬୩, ହର୍ଷଲ ପଟେଲ-୨/୭୨)। ହରିଆଣା ପ୍ରଥମ ପାଳି: ୧୨୮.୩ ଓଭରରେ ୪୪୨ (ହିମାଂଶୁ ରାଣା-୧୬୪, ଚୈତନ୍ୟ ବି‌ଷ୍ଣୋଇ-୭୫, ପ୍ରମୋଦ ଚାନ୍ଦିଲା-୫୩, ହର୍ଷଲ ପଟେଲ-୭୨, ଦେବବ୍ରତ ପ୍ରଧାନ-୩/୯୬, ଗୋବିନ୍ଦ ପୋଦ୍ଦାର-୨/୫୩, ରାଜେଶ ମହାନ୍ତି-୨/୭୭, ସୂର୍ଯ୍ୟକାନ୍ତ ପ୍ରଧାନ-୨/୧୦୦ , ପପୁ ରୟ-୧/୭୬)। ଓଡ଼ିଶା ଦ୍ବିତୀୟ ପାଳି: ୨୪ ଓଭରରେ ୫୦/୧ (ଅନୁରାନ ଷଡ଼ଙ୍ଗୀ-୧୭*, ଗୋବିନ୍ଦ ପୋଦ୍ଦାର-୨୨*, ଜୟନ୍ତ ଯାଦବ-୧/୯)।

ସମ୍ବନ୍ଧିତ ଖବର