ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ୯ମ ଦିନରେ ଗୁରୁବାର ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଖେଳାଳି ଅନିଲ କୁମ୍ବଲେ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ ବିଜୟିନୀ ଅଞ୍ଜୁ ବିବି ଜର୍ଜ ଦର୍ଶକଙ୍କୁ ଉତ୍ସାହିତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
Former Indian cricketer and spinner extraordinaire @anilkumble1074 is in awe at the spectacle of the OHMWC Bhubaneswar 2018 and hopes that the Indian Hockey Team can achieve a landmark moment by lifting the title at home.#IndiaKaGame #HWC2018 #DilHockey #ARGvFRA pic.twitter.com/dlePqKOpo4
— Hockey India (@TheHockeyIndia) December 6, 2018
ହକି ବିଶ୍ୱକପର ୧୪ତମ ସଂସ୍କରଣର ଆଜିର ସ୍ୱତନ୍ତ୍ର ଅତିଥି ଥିଲେ ଅନୀଲ ଓ ଅଞ୍ଜୁ। ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ ଫ୍ରାନ୍ସ-ଆର୍ଜେଣ୍ଟିନା ମ୍ୟାଚରେ ବିଶେଷ ଅତିଥି ଥିଲେ। ସେହିପରି ସ୍ପେନ-ନ୍ୟୁଜିଲାଣ୍ଡ ମ୍ୟାଚରେ ଅଞ୍ଜୁଙ୍କୁ ଅତିଥି ଭାବରେ କଳିଙ୍ଗ ଗ୍ରାଉଣ୍ଡରେ ଦେଖିବାକୁ ମିଳିଥିଲା।
Legendary Indian athlete @anjubobbygeorg1 is the special guest at the Kalinga Stadium today during the #ESPvNZL encounter. She gives her best wishes to the Indian team and hopes to see them in the Final of the OHMWC Bhubaneswar 2018. #IndiaKaGame #HWC2018 #DilHockey #ESPvNZL pic.twitter.com/WaqgkXz3lR
— Hockey India (@TheHockeyIndia) December 6, 2018
ଆଜି ସ୍ପେନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳା ଯାଇଥିଲା। ପୁଲ-ଏ ମ୍ୟାଚରେ ସ୍ପେନ୍ ଆରମ୍ଭରୁ ହିଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆକ୍ରମଣାତ୍ମକ ଖେଳିଥିଲା। ମାତ୍ର ୩ୟ ଓ ୪ର୍ଥ କ୍ୱାର୍ଟରରେ ନ୍ୟୁଜିଲାଣ୍ଡର ଖେଳାଳିମାନେ ସକ୍ରିୟ ହୋଇଥିଲେ। ଫଳରେ ଏହି ରୋମାଞ୍ଚକ ମ୍ୟାଚ୍ ୨-୨ ଗୋଲରେ ଡ୍ର ହୋଇଛି। ଦ୍ୱିତୀୟ ମ୍ୟାଚରେ ଶକ୍ତିଶାଳୀ ଫ୍ରାନ୍ସ ୫-୩ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି।